ଦୁର୍ଗାପୂଜା ଓ କାଳୀପୂଜା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର : ଅନୁମତି ନେଇ ନିରାଡମ୍ବର ଭାବେ ପୂଜା ପାଳନ କରିବାକୁ ନିର୍ଦ୍ଦେଶ, ଭକ୍ତଙ୍କୁ ଦର୍ଶନ ମନା; ପୂଜାରୀଙ୍କୁ ମିଶାଇ ପେଣ୍ଡାଲରେ ସର୍ବାଧିକ ରହିପାରିବେ ୭ ଜଣ

517

କନକ ବ୍ୟୁରୋ : କଟକଣା ଭିତରେ ପାର୍ବଣ ପାଳନ ପାଇଁ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଦୁର୍ଗାପୂଜା ଲକ୍ଷ୍ମୀ ପୂଜା ଓ କାଳୀପୂଜା ପାଳନ କେମିତି ହେବ ସେନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜିଲ୍ଲା ପ୍ରଶାସନର ଅନୁମତି ନେଇ ନିରାଡମ୍ବର ଭାବେ ପୂଜା କରିବା ପାଇଁ ଗାଇଡଲାଇନରେ ଦର୍ଶାଯାଇଛି । ଘର ଭିତରେ ପୂଜା ଭଳି ପୂଜା କରିବାକୁ କୁହାଯାଇଛି । କେବଳ ପାରମ୍ପାରିକ ରୀତନୀତି ପାଳନ ହେବ କିନ୍ତୁ ସେଥିରେ ସାଧାରଣ ଲୋକ ସାମିଲ ହୋଇ ପାରିବେ ନାହିଁ କିମ୍ବା ଆଡମ୍ବର ସହକାରେ ରୀତିନୀତି କରାଯାଇପାରିବ ନାହିଁ ।

ପୂଜା ପାଇଁ ଗାଇଡଲାଇନ ଜାରି : 

  • ଜିଲ୍ଲାଗୁଡିକରେ ଜିଲ୍ଲାପାଳ, ଟ୍ୱିନସିଟିରେ କମିଶନରଙ୍କ ଅନୁମତି ଜରୁରୀ
  • ୪ଫୁଟ ଉଚ୍ଚତା ଭିତରେ ମୂର୍ତ୍ତି ନିର୍ମାଣ କରିବେ
  • ପୂଜା ପେଣ୍ଡାଲ ୩ପଟୁ ବନ୍ଦ ରହିବ, ଦର୍ଶନ କରିପାରିବେନି ଭକ୍ତ
  • କର୍ତ୍ତାଙ୍କୁ ନେଇ ୭ଜଣରୁ ଅଧିକ ରହିପାରିବେନି
  • କୋଭିଡ ନିୟମ ମାନି ମଣ୍ଡପରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବେ
  • ମଣ୍ଡପରେ ମ୍ୟୁଜିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇପାରିବନି
  • ଭସାଣୀ ଶୋଭାଯାତ୍ରା ଉପରେ କଟକଣା ଜାରି କଲେ ରାଜ୍ୟ ସରକାର
  • କୃତ୍ରିମ ପୋଖରୀରେ ମୂର୍ତ୍ତିଗୁଡିକୁ ବିସର୍ଜନ କରିବେ
  • ନିୟମ ଉଲ୍ଲଂଘନ କଲେ ମହାମାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ