ଡିସେମ୍ବର ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ ଲକଡାଉନ । ଏବର୍ଷ ଖୋଲିବନି ସିନେମା ହଲ

303

କନକ ବ୍ୟୁରୋ : ଡିସେମ୍ବର ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଅବରୋଧ ଅଞ୍ଚଳରେ ବଳବତ୍ତର ରହିପାରିବ ଲକଡାଉନ । ଏହାସହ ଡିସେମ୍ବର ୧ରେ ଖୋଲିବ ସମସ୍ତ ମେଡିକାଲ କଲେଜ । ୩୧ ଡିସେମ୍ବର ଯାଏଁ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର । ଡିସେମ୍ବର ମାସରେ ମଧ୍ୟ ସିନେମା ହଲ ଓ ସୁଇମିଂ ପୁଲ ଖୋଲିବନି ବୋଲି କହିଛନ୍ତି ରାଜ୍ୟ ସରକାର ।

ସେହିପରି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ବଳବତ୍ତର ରହିବ । ବଡ ଧରଣର ସାମାଜିକ, ରାଜନୈତିକ, କ୍ରୀଡା କାଯର୍କ୍ମ ବନ୍ଦ ରହିବ । ଏବର୍ଷ ହେବାକୁ ଥିବା ତୋଷାଳୀ କ୍ରାଫ୍ଟ, ଶିଶିର ସରସ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଲାଗିଛି । ବାହାଘରରେ ସର୍ବାଧିକ ୨ଶହ ଲୋକ ଓ ଅନ୍ତିମ ସଂସ୍କାରରେ ୫୦ ଜଣ ଲୋକ ସାମିଲ ହେବେ ।

କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବାବଦରେ ଉଚ୍ଚଶିକ୍ଷା ବିଭାଗ ନେବେ ନିଷ୍ପତ୍ତି । ବୈଷୟିକ ଓ ଦକ୍ଷତା ବିକାଶ କେନ୍ଦ୍ର ୩୧ ଡିସେମ୍ବର ଯାଏଁ ବନ୍ଦ ରହିବ । ସେହିପରି ମନ୍ଦିର ଖୋଲିବା ସଂକ୍ରାନ୍ତରେ ନିଷ୍ପତ୍ତି ନେବେ ସ୍ଥାନୀୟ ଅଧିକାରୀ । ୩୧ ଡିସେମ୍ବର ଯାଏଁ କୌଣସି କ୍ଲବ ମଧ୍ୟ ଖୋଲିବନି ।