ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ମାସ୍କ ଓ ସାମାଜିକ ଦୂରତା କଡାକଡି ପାଳନ କରିବାକୁ ନିର୍ଦ୍ଦେଶ

413

କନକ ବ୍ୟୁରୋ: ଏପ୍ରିଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ପାଇଁ ନେଇପାରିବେ ନିଷ୍ପତ୍ତି । ଜିଲ୍ଲାପାଳ ଓ ପୌର ପରିଷଦ ନେଇ ପାରିବେ ନିଷ୍ପତ୍ତି । ଟେଷ୍ଟି, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ । ଆରଟିପିସିଆର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମାସ୍କ ଓ ସାମାଜିକ ଦୂରତା କଡାକଡି ପାଳନ କରିବାକୁ କୁହାଯାଇଛି ।

ସେହିପରି ମନ୍ଦିର ବାବଦରେ ସ୍ଥାନୀୟ ପ୍ରଶାସନ ନେବେ ନିଷ୍ପତ୍ତି । ନିର୍ଦ୍ଦିଷ୍ଟ ଅଞ୍ଚଳର କରୋନା ସ୍ଥିତିକୁ ଆଖିଆଗରେ ରଖି ନିଷ୍ପତ୍ତି ହେବ । ମନ୍ଦିର ଭିତରକୁ କେତେ ଭକ୍ତ ଯିବେ ସେନେଇ ନିଷ୍ପତ୍ତି ନେବ ପ୍ରଶାସନ । ସେହିପରି ଦାର୍ମିକ କାର୍ଯ୍ୟକ୍ରମରେ କେତେ ଜଣ ସାମିଲ ହେବେ ସେନେଇ କହିବେ ପ୍ରଶାସନ ।