ଅକ୍ଟୋବର ମାସରୁ ୟୁନିଟ ପିଛା ୨୦ ପଇସା ରାଜ୍ୟ ସରକାର ବଢାଇଛନ୍ତି : ହେଲେ ସେପ୍ଟେମ୍ବର ମାସରୁ ଏଜେନସି ନେଉଛି ବର୍ଦ୍ଧିତ ବିଲ୍

252

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାରେ ବିଜୁଳି ବିଲ କେଳେଙ୍କାରୀ ସାମ୍ନାକୁ ଆସିଛି । ଅକ୍ଟୋବର ମାସରୁ ୟୁନିଟ ପିଛା ୨୦ ପଇସା ରାଜ୍ୟ ସରକାର ବଢାଇଛନ୍ତି । ହେଲେ ଜଗତସିଂହପୁରରେ ବିଜୁଳି ବିଲ ଆଦାୟ କରୁଥିବା ଏଜେନ୍ସୀ ସେପ୍ଟେମ୍ବର ମାସରୁ ବର୍ଦ୍ଧିତ ବିଲ ନେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଲକ୍ଷାଧିକ ଉପଭୋକ୍ତାଙ୍କ ଠାରୁ ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଇଛି । ସରକାର ୫୦ ୟୁନିଟ ଯାଏଁ ପୂର୍ବରୁ ଥିବା ୨.୫୦ ପଇସା ଦରକୁ ଅପରିବର୍ତ୍ତିତ ରଖିଛନ୍ତି ।

୫୦ୟୁନିଟ ଉପରେ ବିଜୁଳି ବ୍ୟବହାର କରିଥିବା ୟୁନିଟ ପିଛା ୨୦ ପଇସା ଅଧିକ ନେବା କଥା । କିନ୍ତୁ ୫୦ ୟୁନିଟରୁ କମ ବିଲରେ ମଧ୍ୟ ୨୦ ପଇସା ବଢାଇ ୨ଟଙ୍କା ୭୦ ପଇସା ଉପଭୋକ୍ତାଙ୍କ ଠାରୁ ନିଆଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଉପଭୋକ୍ତା । ଟାଟା ପାୱାର ହାତକୁ ବିଦ୍ୟୁତ ସେବା ଯିବା ପରେ ଆକାଂକ୍ଷା ଏଜେନ୍ସୀ ବିଲ କଲେକ୍ସନ କରି ଉପଭୋକ୍ତାଙ୍କ ଠାରେ ବେଆଇନ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।