କନକ ବ୍ୟୁରୋ: ଆନ୍ଦୋଳନରେ ବସିଥିବା ଅଗ୍ନିଶମ କର୍ମଚାରୀଙ୍କ ବିରୋଧରେ ଏସମା ଲାଗୁ କଲେ ରାଜ୍ୟ ସରକାର । ୨ ଦଫା ଦାବି ନେଇ ରାଜ୍ୟରେ ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ହାବିଲଦାର ଓ କନେଷ୍ଟବଳ ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର. ବାଲେଶ୍ୱର ଜିଲା ନୀଳଗିରିରେ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କର୍ମଚାରୀ । ଦୀର୍ଘ ୧୩ ବର୍ଷ ଧରି ସରକାର ମୌଳିକ ଦାବି ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ରହିଛି ।
ଅଗ୍ନିଶମ କର୍ମଚାରୀଙ୍କର ସମାଜ ପାଇଁ ବଡ ଭୂମିକା ରହୁଛି । ବନ୍ୟା, ବାତ୍ୟା, ଦୁର୍ଘଟଣା, ବଜ୍ରପାତ, ଜଙ୍ଗଲରେ ନିଆଁ ଦାଉରୁ ରକ୍ଷା କରିବା, ଭୂମିକମ୍ପ, ଘର ପୋଡ଼ି, ଦଙ୍ଗା ସବୁଠାରେ ନିଜ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଥାଆନ୍ତି । କିନ୍ତୁ ସରକାର ସେମାନଙ୍କୁ ମୌଳିକ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ସଂଘ କହିଛି । ପୂର୍ବରୁ ଦୁଇମାସ ଧରି କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ଦାବି ପୂରଣ ନ ହେବା ଯାଏ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଓ ଅହୋରାତ୍ର ଧାରଣାରେ ବସିବେ ବୋଲି କର୍ମଚାରୀ ମାନେ କହିଛନ୍ତି । ଅନ୍ୟପଟେ ଅଗ୍ନିଶମ ସେବା ଏକ ଜରୁରୀକଳୀନ ସେବା । ଏଥିରେ କୌଣସି ପ୍ରକାର ତ୍ରୁଟିକୁ ବରଦାସ୍ତ କରାଯିବନି ବୋଲି ରାଜ୍ୟ ସରକାର କହିଛନ୍ତି । ତେଣୁ ଆଗାମୀ ୬ ମାସ ପାଇଁ ସରକାର ଏସମା ଲାଗୁ କରିଛନ୍ତି । ହେଲେ ସଂଘ କହିଛି, ଏହାକୁ ସେମାନେ ଖାତିର କରିବେ ନାହିଁ । ନିଜ ଦାବିରେ ସେମାନେ ଅଟଳ ରହିବେ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/Screen-Shot-2024-02-22-at-7.49.22-AM.jpg)