ଚିଡିଆଖାନା ଓ ଡିଅର ପାର୍କ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି  : ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ଥଣ୍ଡାକାଶ ଜ୍ୱର ଥିଲେ ପ୍ରବେଶ ମନା ; ନନ୍ଦନକାନନକୁ ଦୈନିକ ଯାଇପାଇପାରିବେ ୧୫ଶହ ପର୍ଯ୍ୟଟକ 

142

କନକ ବ୍ୟୁରୋ : କଟକଣା ଭିତରେ ରାଜ୍ୟରେ ଖୋଲିବ ଚିଡ଼ିଆଖାନା ଓ ଡିୟର ପାର୍କ । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ନନ୍ଦନକାନନ ଭଳି ବଡ଼ ଚିଡ଼ିଆଖାନାକୁ ଦୈନିକ ୧୫ ଶହ ପର୍ଯ୍ୟଟକ ଯାଇପାରିବେ । ଛୋଟ ଚିଡ଼ିଆଖାନାକୁ ଦୈନିକ ୭୫୦ ଜଣ ପର୍ଯ୍ୟଟକ ଯାଇପାରିବେ । ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଅନ୍ଲାଇନ୍ରେ ଟିକେଟ୍ ବ୍ୟବସ୍ଥା କରାଯିବ । ବିନା ମାସ୍କରେ ଚିଡ଼ିଆଖାନା ଭିତରକୁ ଯାଇପାରିବେ ନାହିଁ ପର୍ଯ୍ୟଟକ ।

କାଶ, ଥଣ୍ଡା ଥିଲେ ପର୍ଯ୍ୟଟକଙ୍କୁ ଚିଡ଼ିଆଖାନା ଯିବା ପାଇଁ ଅନୁମତି ମିଳିବ ନାହିଁ । ଚିଡ଼ିଆଖାନା ଗୁଡ଼ିକର ମୁଖ୍ୟ ଦ୍ୱାରରେ ପର୍ଯ୍ୟଟକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କୁ ଚିଡ଼ିଆଖାନା ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଚିଡ଼ିଆଖାନା ଭିତରେ ସାମାଜିକ ଦୂରତା ବଜାୟ ରଖିବେ ପର୍ଯ୍ୟଟକ । ଚିଡ଼ିଆଖଶନା ଭିତରେ ପାନ, ଗୁଟଖା ଓ ସିଗାରେଟ୍ ଭଳି ମାଦକ ଦ୍ରବ୍ୟକୁ ନିଷେଧ କରାଯାଇଛି ।