କନକ ବ୍ୟୁରୋ: ୨ ବର୍ଷ ପରେ ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଛି । ରାଜ୍ୟ ସରକାର ଓଡିଶା ଆପାର୍ଟମେଣ୍ଟ ମାଲିକାରା ସତ୍ତ୍ୱ ଓ ପରିଚାଳନା ନିୟମ ଆଣିଛନ୍ତି । ନୂଆ ନିୟମ ଅନୁସାରେ, ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ ରହିବ । ଆସୋସିଏସନକୁ ସର୍ବସାଧାରଣ ଅଞ୍ଚଳର ମାଲିକାନା ଅଧିକାର ମିଳିବ । ବିଲଡରମାନେ କମନ ଏରିଆ ଉପରେ ଅଧିକାର ଜାହିର କରୁଥିବାରୁ ଏହାକୁ ନେଇ ବିବାଦ ଲାଗିରହିଥିଲା ।
- ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ଫିଟିଲା ବାଟ
- ଓଡ଼ିଶା ଆପାର୍ଟମେଣ୍ଟ ନିୟମ-୨୦୨୩ ଆଣିଲେ ସରକାର
ପାଖାପାଖି ୨ ବର୍ଷ ଧରି ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ସମସ୍ୟା ହେଉଥିଲା । ନୂଆ ନିୟମ ଆଣିବା ପର୍ଯ୍ୟନ୍ତ ଏହା ଉପରେ ରୋକ୍ ଲଗାଇଥିଲେ ହାଇକୋର୍ଟ । ଗତ ବର୍ଷ ଏ ନେଇ ଅଧ୍ୟାଦେଶ ଆଣିଥିଲେ ସରକାର । ୨୦୨୩ ଅକ୍ଟୋବର ୧୩ରେ ଚିଠା ନିୟମ ପ୍ରକାଶ ପାଇଥିଲା । ୧୬ ତାରିଖରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସ୍ୱତ୍ୱ ଓ ପରିଚାଳନା ନିୟମ-୨୦୨୩ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଫଳରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ଥିବା ସମସ୍ୟା ଏବେ ଦୂର ହୋଇଛି ।
ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମରେ କ’ଣ ରହିଛି?
- ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ ଗଢ଼ାଯିବ
- ଆସୋସିଏସନକୁ ସର୍ବସାଧାରଣ ଅଞ୍ଚଳର ମାଲିକାନା ଅଧିକାର ମିଳିବ
- କମନ୍ ଏରିଆରେ କେତେ ଜମି ଅଛି, ଘର କ୍ରେତାଙ୍କ ପାଇଁ କ’ଣ ସୁବିଧା ଅଛି, ତାହା ଜଣାଇ ଦିଆଯିବ
- ଖେଳ ପଡ଼ିଆ, ପାର୍କିଂ, ସୁଇମିଂ ପୁଲ୍ ଆଦି ସ୍ଥାନ ମାଲିକ ସଂଘ ନାଁରେ ପଞ୍ଜିକୃତ ହେବ
- ପୁରୁଣା ଆପାର୍ଟମେଣ୍ଟରେ ମଧ୍ୟ ଏହି ନିୟମ ଲାଗୁହେବ
ପୂର୍ବରୁ ବିଲଡରମାନେ କମନ ଏରିଆ ଉପରେ ଅଧିକାର ଜାହିର କରୁଥିବାବେଳେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ମାମଲା ହାଇକୋର୍ଟରେ ପହଁଚିବା ପରେ ଆପାର୍ଟମେଣ୍ଟ ପଞ୍ଜିକରଣ ଉପରେ ରୋକ ଲାଗିଥିଲା । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରକାର ‘ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨’ ଉଚ୍ଛେଦ କରିବା ସହ ନୂଆ ନିୟମ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ଦିନ ଧରି ଆପାର୍ଟମେଂଟ ରେଜିଷ୍ଟ୍ରେସନ ବନ୍ଦ ହୋଇଯିବାରୁ କ୍ଷତି ସହିଥିଲେ ରିଏଲ ଇଷ୍ଟେଟ୍ ମାଲିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/55-1.jpg)