କନକ ବ୍ୟୁରୋ: ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ସରକାରଙ୍କୁ ୩ ସପ୍ତାହର ମହଲତ । ତଦନ୍ତ କମିଶନ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ନେଇ ନେଇ ରାଜ୍ୟ ସରକାରଙ୍କୁ ୩ ସପ୍ତାହର ସମୟ ଦେଇଛନ୍ତି ହାଇକୋର୍ଟ । ଏହି ଅବଧି ଭିତରେ ରିପୋର୍ଟ ଦାଖଲ ନେଇ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ । ୩ ସପ୍ତାହ ପରେ ମାମଲାର ପରବର୍ତୀ ଶୁଣାଣି ହେବ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରିବା ଦାବିରେ ହାଇକୋର୍ଟରେ ମାମଲା ହୋଇଥିଲ ।
ରତ୍ନଭଣ୍ଡାର ଚାବି ହଜିବା ମାମଲା: ତଦନ୍ତ କମିଶନ ଷ୍ଟାଟସ୍ ରିପୋର୍ଟ ଦାଖଲ ନେଇ ରାଜ୍ୟ ସରକାରଙ୍କୁ ୩ ସପ୍ତାହର ମହଲତ
/kanak/media/post_attachments/wp-content/uploads/2024/03/4-18.jpg)