ରାଜ୍ୟ ସରକାର କଲେ ନାହିଁ ହେଲେ ଜିଲ୍ଲାପାଳ କଲେ ସଟଡାଉନ । ଅନଲକ୍ ୩ ଗାଇଡଲାଇନ ଜାରି ପରେ କଟକଣା ଲଗାଇଲା ବାଲେଶ୍ୱର, କେନ୍ଦ୍ରାପଡା, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ ପ୍ରଶାସନ

637

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି ଅନଲକ୍ ୩. ୦ର ନିର୍ଦ୍ଦେଶାବଳୀ । ରାଜ୍ୟ ସରକାର ନିର୍ଦେଶାବଳୀ ଜାରି କରିବାର କିଛି ସମୟ ପରେ ୫ଟି ଜିଲ୍ଳାର ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ ସାପ୍ତାହିକ ୨ ଦିନ ସଟଡାଉନ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି । କେନ୍ଦ୍ରାପଡା, କେନ୍ଦୁଝର, ଓ ମୟୂରଭଞ୍ଜ , ବାଲେଶ୍ୱର , ନୟାଗଡ ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଛନ୍ତି । ଏହି ସବୁ ଜିଲ୍ଲାରେ ସାପ୍ତାହର ଶେଷ ୨ ଦିନ ସଟଡାଉନ କଟକଣା ଜାରି ରହିବ । ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ ।

ସେହିପରି ରାଜ୍ୟରେ ନାଇଟ୍ କର୍ଫ୍ୟୁ କଟକଣା ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବାବେଳେ କେନ୍ଦ୍ରାପଡାରେ ସନ୍ଧ୍ୟା ୬ରୁ ସକାଳ ୫ଟା ପର୍ଯ୍ୟନ୍ତ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ନୟାଗଡରେ ଶନିବାର ଓ ରବିବାର ସଟଡାଉନ କଟକଣା ଲାଗୁ କରିବାକୁ ନିଷ୍ପତି ନେଇଛି ପ୍ରଶାସନ । ଏଥିସହ ଗହ୍ମାପୂର୍ଣ୍ଣମି ଦିନ ମଧ୍ୟ ଜିଲ୍ଳାରେ ସଟଡାଉନ କଟକଣା ଲାଗୁ ହେବ । ସେପଟେ ସମ୍ବଲପୁରରେ ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲା ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ ।