ନଭେମ୍ବର ୧୫ ପରେ ସ୍କୁଲ ଖୋଲିବାକୁ ଅନୁମତି ଦେଲେ ରାଜ୍ୟ ସରକାର । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ସଂକେତ । ହେଲେ ସମସ୍ତଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତି ନେବ ଗଣଶିକ୍ଷା ବିଭାଗ । ଅନଲକ୍ ୬.୦ରେ ବିବାହ ଉତ୍ସବରେ ୨ଶହ, ଅନ୍ତିମ ସଂସ୍କାର ବେଳେ ୫୦ ଜଣଙ୍କୁ ଅନୁମତି 

716

କନକ ବ୍ୟୁରୋ : ନୂଆ ଗାଇଡଲାଇନ ଅନୁଯାୟୀ ନଭେମ୍ବର ୧୬ ତାରିଖରୁ ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ  ସ୍କୁଲ ଖୋଲିବା ନେଇ ଅନୁମତି ମିଳିଛି ।  ତେବେ କିଭଳି ସ୍କୁଲ ଖୋଲିବ, କେମିତି ରହିବ ଗାଇଡ ଲାଇନ, ଆଉ କିଭଳି ପାଳନ ହେବ କୋଭିଡ ନିୟମ ଏନେଇ ଗଣଶିକ୍ଷା ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ଅନ୍ୟମାନଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତି ନେବ ଗଣଶିକ୍ଷା ବିଭାଗ ।   ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯିବ । ଅନ୍ୟ ପଟେ ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ସବୁ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ।

ଅନ୍ୟପକ୍ଷରେ ବାହାଘର ଉତ୍ସବରେ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମିତ ଦିଆଯାଇଛି । ସେହିପରି ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ସର୍ବାଧିକ ୫୦ ଜଣ । ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ  । ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ଅନୁମତିରେ ଯାତ୍ରୀବାହୀ ବିମାନ ଉଡିପାରିବ ।