ଥମୁନି ରାଜନୈତିକ ହିଂସା: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସମ୍ବେଦନଶୀଳ ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ 

59

କନକ ବ୍ୟୁରୋ: ଆସନ୍ତାକାଲି ଚତୁର୍ଥ ପର୍ଯାୟ ପାଇଁ ପଡିବ ଭୋଟ୍ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନର ପଡିବ ଭୋଟ୍ । ୧୭ ହଜାର ୮୯ଟି ବୁଥରେ ହେବ ମତଦାନ । ଏଥିପାଇଁ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର ସାମିଲ ହେବେ । ମୋଟ୍ ବୁଥ ମଧ୍ୟରୁ ୨୫ ଶହ ୬୩ଟି ବୁଥ ସମ୍ବେଦନଶୀଳ ବୁଥ । ଏହି ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆସନ୍ତାକାଲି ୨୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟଠୁ ତୃତୀୟ ପର୍ଯ୍ୟାୟ ମତଦାନ ସବୁ ସୀମା ଟପିଛି । ତେଣୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ହେବ ସେ ନେଇ ରାଜ୍ୟ ନିର୍ବାଚନ କମିଶନ ପୋଲିସ ପ୍ରଶାସନ ସହ ଆଲୋଚନା କରିଛନ୍ତି । ତିନୋଟି ପର୍ଯ୍ୟାୟରେ ସବୁଠୁ ଅଧିକ ହିଂସା ଯାଜପୁର ଜିଲ୍ଲାରେ ହୋଇଛି ।

ଆସନ୍ତାକାଲି ଚତୁର୍ଥ ପର୍ଯାୟର ହେବିୱଟଙ୍କର ହେବ ଲଢେଇ । ଏହି ହେବିୱେଟ ନେତାଙ୍କ ମଧ୍ୟରେ ରହିଛନ୍ତି ଭୁବନେଶ୍ୱର ଲୋକସଭା ଆସନର ବିଜେପି ସାଂସଦ ଅପରାଜିତା, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଏବଂ ବଲାଙ୍ଗୀରର ବିଜେଡି ନେତା କଳିକେଶ ସିଂଦେଓ, ମନ୍ତ୍ରୀ ରାଜା ସ୍ୱାଇଁଙ୍କ ଭଳି ହେବିୱେଟ ।