ବଲାଙ୍ଗୀରରେ ସରପଞ୍ଚ ପଦବୀ ନିଲାମ ଅଭିଯୋଗ ପ୍ରସଙ୍ଗ: ରିପୋର୍ଟ ମାଗିଲେ ରାଜ୍ୟ ନିର୍ବାଚନ କମିଶନ

136

କନକ ବ୍ୟୁରୋ: ବଲାଙ୍ଗୀରରେ ସରପଞ୍ଚ ପଦବୀ ନିଲାମ ଅଭିଯୋଗ ପ୍ରସଙ୍ଗରେ ଆକ୍ସନ ମୋଡରେ ରାଜ୍ୟ ନିର୍ବାଚନ କମିଶନ । ଏନେଇ ରିପୋର୍ଟ ମାଗିଲେ ରାଜ୍ୟ ନିର୍ବାଚନ କମିଶନ । ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କଲେ ରାଜ୍ୟ ନିର୍ବାଚନ କମିଶନ । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗୀରରେ ସରପଞ୍ଚ ପଦବୀ ନିଲାମ ଅଭିଯୋଗ ପରେ ଏନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି ।

ପଞ୍ଚାୟତ ନିର୍ବାଚନ ପାଇଁ ସାରାରାଜ୍ୟରେ ରାଜନୀତି ସରଗରମ ଥିବାବେଳେ ବଲାଙ୍ଗୀଲ ଜିଲ୍ଲା ପୁଇଁତଳା ବ୍ଲକ ବିଲେଇସର୍ଡା ପଂଚାୟତରୁ ଆସିଛି ଏମିତି ଏକ ସାଂଘାତିକ ଅଭିଯୋଗ । ନାମାଙ୍କନ କରିବାର ଦିନକ ପୂର୍ବରୁ ବିଲେଇସର୍ଡା ଗାଁରେ ବସିଥିଲା ବୈଠକ । ବୈଠକରେ ଗ୍ରାମବାସୀମାନେ ଇଲେକ୍ସନ ବଦଳରେ ସିଲେକ୍ସନ କରିବାକୁ ନିଷ୍ପତି ନେଇଥିଲେ । ହେଲେ, ଏଥିପାଇଁ ପ୍ରାର୍ଥୀମାନଙ୍କୁ କୁଆଡେ ନିଲାମ ଡାକିବାକୁ କୁହାଯାଇଥିଲା । ଯେଉଁ ପ୍ରାର୍ଥୀ ଗାଁର ମନ୍ଦିର ନିର୍ମାଣ ପାଇଁ ସର୍ବାଧିକ ଟଙ୍କା ଦେଇପାରିବେ ସେ ହିଁ ସରପଞ୍ଚ ହେବେ ବୋଲି କୁହାଯାଇଥିଲା । ସେହି ଅନୁସାରେ ଜଣେ ପ୍ରାର୍ଥୀ ୪୪ ଲକ୍ଷ ଟଙ୍କା ବୋଲି ଡାକିବା ପରେ ତାଙ୍କୁ ହିଁ ସରପଞ୍ଚ ଘୋଷଣା କରାଯାଇଥିବା ଅଭିଯୋଗ ହୋଇଛି ।