କନକ ବ୍ୟୁରୋ : ଆଜି ରାଜ୍ୟ କଂଗ୍ରେସ ଭବନରେ ନବ ନିର୍ବାଚିତ ୩୩ ସାଂଗଠନିକ ଜିଲ୍ଲା ସଭାପତିଙ୍କ ବୈଠକ ବସିବ । ଏଥିରେ ସାମିଲ ହେବାକୁ ଓଡିଶା ଗସ୍ତରେ ଆସିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲା କୁମାର । ଓଡିଶା ପିସିସି ପ୍ରଭାରୀଙ୍କ ନେତୃତ୍ୱରେ ଆଜି ଏହି ବୈଠକରେ ୩୩ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ନେଇ ଆଗାମୀ ରଣନୀତି ତିଆରି କରାଯିବ ।

Advertisment

ସଂଗଠନ ମଜବୁତ୍ କରିବା ଦିଗରେ ନୂଆ ଜିଲ୍ଲା ସଭାପତିମାନଙ୍କୁ ଟାସ୍କ ଦେବେ ପିସିସି ପ୍ରଭାରୀ । ଏପରିକି ବ୍ଲକ ପଂଚାୟତ ଓ ପିସିସି କମିଟି ଗଠନ ନେଇ ମଧ୍ୟ ଚର୍ଚ୍ଚା ହେବ । ପିସିସି ପ୍ରଭାରୀଙ୍କ ଏହି ଗସ୍ତ ୪ ଦିନିଆ ରହିଛି । ଏହି ସମୟରେ ସେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମଧ୍ୟ ପ୍ରଚାର କରିବେ । ଆଜିର ବୈଠକରେ ପିସିସି ସଭାପତି, କାର୍ଯ୍ୟକାରୀ ସଭାପତି, ଅନ୍ୟ ବରିଷ୍ଠ ନେତାଯୋଗ ଦେବେ ।