କନକ ବ୍ୟୁରୋ: ନାବାଳିକାଙ୍କୁ ନିର୍ଯାତନା ଦିଆଯିବା ପ୍ରସଙ୍ଗ । ବଢିଲା ଓଲିଉଡ୍ ଅଭିନେତ୍ରୀ ରିୟା ଦେ’ଙ୍କ ଅଡୁଆ। ନିଜ ଆଡୁ ମାମଲା ରୁଜୁ କରିଛି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ । ମାମଲାରେ ଭୁବନେଶ୍ୱର ଡିସିପିଙ୍କୁ କମିଶନ ନୋଟିସ ଜାରି କରିଛନ୍ତି । ଡିସିପିଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି । ଏଥିରେ ଆସନ୍ତା ୨୫ ତାରିଖ ସୁଦ୍ଧା ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନାବାଳିକାର ଥଇଥାନ ପାଇଁ କଣ ସବୁ ପଦକ୍ଷେପ ନିଆଯାଇପରିବ ତାହା ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ରିୟାଙ୍କ ବିରୋଧରେ ଘରୋଇ ସହାୟିକା କରିଥିବା ମାମଲା କଟକ ବିଡାନାସୀ ଥାନାକୁ ସ୍ଥାନାନ୍ତର କରାଯାଇଛି। ରିୟା ଓ ତାଙ୍କ ସ୍ବାମୀ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଘରୋଇ ସହାୟିକା। ନାବାଳିକା ଜଣକ କେୟାର ଟେକର ଭାବେ କାମ କରୁଥିଲେ। ରିୟାଙ୍କ ସ୍ବାମୀ ମଦ ବୋତଲରେ ତାଙ୍କୁ ବାଡ଼େଇଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା। ଯୁବତୀ ଜଣକ ରିୟାଙ୍କ ଘରୁ ଖସି ପଳେଇ ଆସି ଥାନାରେ ଅଭିଯୋଗ କରିଥିଲେ। ଦେଢ଼ ବର୍ଷ ହେବ ନାବାଳିକାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଏପରିକି ଅଭିନେତ୍ରୀ ରିୟା, ନାବାଳିକା ଜଣଙ୍କୁ ବାହାର ପଟି ତାଲା ପକାଇ ରଖୁଥିବା ଭଳି ସାଘାଂତିକ ଅଭିଯୋଗ ବି ହୋଇଛି ।