ଆଜି ଆସିବ ରାଜ୍ୟ ବଜେଟ୍ ; ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , କ’ଣ ହେବ ନୂଆ ଘୋଷଣା?

ଆଜି ଆସିବ ରାଜ୍ୟ ବଜେଟ୍ ; ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , କ’ଣ ହେବ ନୂଆ ଘୋଷଣା?

କନକ ବ୍ୟୁରୋ: ଆଜି ବିଧାନସଭାରେ ଆର୍ଥିକ ବଜେଟ୍ ଉପସ୍ଥାପିତ ହେବ। ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାର ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାରୁ କ’ଣ ନୂଆ ଘୋଷଣା ହେବ ତାହା ଉପରେ ନଜର ରହିଛି। କେଉଁ କେଉଁ ଦିଗ ପ୍ରତି ଫୋକସ୍ ରହିବ, ତା’ଉପରେ ନଜର ଅଟକିଛି।

ରାଜ୍ୟ ବଜେଟର ଆକାର କେତେ ବଢ଼ିବ? ଜନକଲ୍ୟାଣ ଯୋଜନା ନେଇ କ’ଣ ନୂଆ ଘୋଷଣା ହେବ, ଏହା ଉପରେ ସମସ୍ତଙ୍କ ଆଖି। ମୋହନ ମାଝୀଙ୍କ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଓ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହାଛଡ଼ା ବାର୍ଦ୍ଧକ୍ୟ ଭତା ୩ ହଜାର ଟଙ୍କାକୁ ବଢ଼ାଇ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ ନେଇ ସରକାରଙ୍କ ଆଭିମୁଖ୍ୟ ବଜେଟରୁ ସ୍ପଷ୍ଟ ହେବ। ନିର୍ବାଚନ ସମୟରେ ବିଜେପି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା, ସେଥିରୁ କିଛି ପୂରଣ ହୋଇଥିବା ବେଳେ ଅନେକ କିଛି ବାକି ଅଛି। ଏସବୁ ପାଇଁ ବଜେଟରେ କ’ଣ ବ୍ୟବସ୍ଥା କରାଯିବ, ତାହା ଗୁରୁତ୍ୱପୂର୍ଣ୍ଣ। ଏହାସହ ଏହି ବଜେଟ୍ ଓଡ଼ିଶାର ଆର୍ଥିକ ସ୍ଥିତି କିପରି ରହିଛି, ତାର ମଧ୍ୟ ଚିତ୍ର ସ୍ପଷ୍ଟ କରିବ।

ଏବେ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ କିଛି ମହତ୍ୱାକାଂକ୍ଷୀ ଯୋଜନାର ଘୋଷଣା ମଧ୍ୟ ହୋଇପାରେ ଏହି ବଜେଟରେ। କେନ୍ଦ୍ର ବଜେଟରେ ଓଡ଼ିଶା ତୁଳନାରେ ଆନ୍ଧ୍ର ଓ ବିହାରକୁ ଅଧିକ ଅନୁଦାନ ମିଳିଲା ବୋଲି ଅଭିଯୋଗ ହୋଇଛି। ଏପରି ସ୍ଥଳେ ରାଜ୍ୟ ବଜେଟ୍ କ’ଣ କ’ଣ ନୂଆ ଘୋଷଣା ହେବ, ତାକୁ ଓଡ଼ିଶାବାସୀଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe