ବିଜେପିର ମିଶନ ୨୦୨୪: ବିଜୁଳି ଦର ବୃଦ୍ଧି, ବେକାରୀ ସମସ୍ୟା, ମହାନଦୀ ଆଦି ପ୍ରସଙ୍ଗରେ ଚିଠା ପ୍ରସ୍ତାବ ଉପରେ ଆଲୋଚନା

102

କନକ ବ୍ୟୁରୋ: ବିଜେପିର ମିଶନ ୨୦୨୪ । ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଚାଳିଛି ବିଜେପିର ମାନସ ମନ୍ଥନ । ଏଥିରେ ରାଜ୍ୟ ସଭାପତିଙ୍କ ସହ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ୨୦୨୪ ପାଇଁ ଖସଡ଼ା ପ୍ରସ୍ତୁତି ସହ ରଣନୀତି ପ୍ରସ୍ତୁତ ହୋଇଛି । ଏଥିରେ ବିଜେପିର ରାଜୈନିକ ଚିଠା ପ୍ରସ୍ତାବ ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ କେଉଁ କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ପହଁଚିବ ସେନେଇ ଚିଠା ପ୍ରସ୍ତୁତ ହୋଇଛି । ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢେଇ କରିବ ଦଳ । ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ବିଜେପି । ଏନେଇ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଛି । ବୈଠକ ପରେ ରାଜ୍ୟ ସରାକରଙ୍କୁ ଟାର୍ଗେଟ କରିଛି ଦଳ ।

୨୦୨୪ ପାଇଁ ବିଜେପି ରଣନୀତି
– ଓଡିଶା ପାଇଁ ମୋଦୀ ସରକାର ଟ୍ରେଜେରୀ ଖୋଲିଛନ୍ତି
– କେନ୍ଦ୍ରରୁ ଆସୁଥିବା ଟଙ୍କା ଲୋକଙ୍କ ପାଖରେ ପହଁଚି ପାରୁନାହିଁ
– ୨୩ବର୍ଷର ସରକାରଙ୍କ କୌଣସି ଭିଜନ ନାହିଁ
– ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଁଚିଛି
– ଚାଷୀଙ୍କ ଆୟ ତଳ ଆଡୁ ଦୁଇ ନମ୍ବରରେ ରହିଛି
– ପିଏମ କିଷାନ ଯୋଜନାରେ ଓଡିଶା ଚାଷୀ ଲାଭ ପାଇ ପାରୁ ନାହାଁନ୍ତି
– ପକ୍କା ଘର ଦଳୀୟ ଭିତରେ ବଂଟା ହେଉଛି
– ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି
– ମମିତା ମେହେର, ପରି ଓ ମାହାଙ୍ଗା ପ୍ରସଙ୍ଗରେ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ
– ବିଦ୍ୟୁତ ବ୍ୟବସ୍ଥାରେ ଲୋକଙ୍କୁ ଶୋଷଣ କରାଯାଉଛି
– ଶିକ୍ଷା ବ୍ୟବସ୍ଥା ଧ୍ୱଂଶ ହୋଇଛି
– ଗାଁ ଗାଁରେ ଟ୍ରେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହେଉଛି
– ପାନୀୟ ଜଳ ସମସ୍ୟା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଦେଉଛନ୍ତି
– ତଥାପି ୪୨ ପ୍ରତିଶତ ଘରକୁ ପିଇବା ପାଣି ମିଳି ପାରୁନି
– ଓଡିଶାର ଶ୍ରମିକ ଗୁଜୁରାଟରେ କାମ କରୁଛନ୍ତି
– ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି ।