ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି। କହିଲେ, ମୋ ଅଭିଯୋଗ ଶୁଣାଣି ଉପରେ ବିଶ୍ୱାସ କରନ୍ତି ନାହିଁ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି। କହିଲେ, ମୋ ଅଭିଯୋଗ ଶୁଣାଣି ଉପରେ ବିଶ୍ୱାସ କରନ୍ତି ନାହିଁ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, ଅଭିଯୋଗ ଶୁଣାଣି ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି ନାହିଁ । ୨୩ ବର୍ଷରେ ୨୩ ଥର ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବେ କି ନାହିଁ ସନ୍ଦେହ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ସମୀର ଦେ ଦୁଇ ତିନି ଥର ନେବା ପାଇଁ ଚେଷ୍ଟା କରିଥିଲେ ।

ସେଠାରେ ମୁଖ୍ୟମନ୍ତ୍ରୀ କେତେ ସମୟ ବସିଥିଲେ ଏବଂ କାହା ଅଭିଯୋଗ ଶୁଣିଥଲେ ତାହା ସମସ୍ତଙ୍କୁ ଜଣା ଅଛି । ଅଭିଯୋଗ ଶୁଣିବା ନାଁରେ ଖାଲି ପ୍ରହସନ ଚାଲିଛି ଯାହାର କିଛି ମୂଲ୍ୟ ନାହିଁ ବୋଲି ରାଜ୍ୟ ସଭାପତି କହିଛନ୍ତି । ସେପଟେ ବାଲେଶ୍ୱର ସାଂସଦ ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଫାଇଭ-ଟି ସଚିବ ସାମ୍ବିଧାନିକ ପଦବୀ ନୁହେଁ । ଫାଇଭ-ଟିର ମନ୍ତ୍ରୀ କିଏ । ଅନ୍ୟ କେଉଁ ବିଭାଗର ସଚିବ ଅଛନ୍ତି, ସେଥିରେ ମନ୍ତ୍ରୀ କିଏ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବାଲେଶ୍ୱର ସାଂସଦ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe