କନକ ବ୍ୟୁରୋ: ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଛନ୍ତି, ଅଭିଯୋଗ ଶୁଣାଣି ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ କରନ୍ତି ନାହିଁ । ୨୩ ବର୍ଷରେ ୨୩ ଥର ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବେ କି ନାହିଁ ସନ୍ଦେହ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ସମୀର ଦେ ଦୁଇ ତିନି ଥର ନେବା ପାଇଁ ଚେଷ୍ଟା କରିଥିଲେ ।

Advertisment

ସେଠାରେ ମୁଖ୍ୟମନ୍ତ୍ରୀ କେତେ ସମୟ ବସିଥିଲେ ଏବଂ କାହା ଅଭିଯୋଗ ଶୁଣିଥଲେ ତାହା ସମସ୍ତଙ୍କୁ ଜଣା ଅଛି । ଅଭିଯୋଗ ଶୁଣିବା ନାଁରେ ଖାଲି ପ୍ରହସନ ଚାଲିଛି ଯାହାର କିଛି ମୂଲ୍ୟ ନାହିଁ ବୋଲି ରାଜ୍ୟ ସଭାପତି କହିଛନ୍ତି । ସେପଟେ ବାଲେଶ୍ୱର ସାଂସଦ ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି, ଫାଇଭ-ଟି ସଚିବ ସାମ୍ବିଧାନିକ ପଦବୀ ନୁହେଁ । ଫାଇଭ-ଟିର ମନ୍ତ୍ରୀ କିଏ । ଅନ୍ୟ କେଉଁ ବିଭାଗର ସଚିବ ଅଛନ୍ତି, ସେଥିରେ ମନ୍ତ୍ରୀ କିଏ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବାଲେଶ୍ୱର ସାଂସଦ ।