ମେଣ୍ଟକୁ ନେଇ ପୁଣି ବଢିଲା ଚର୍ଚ୍ଚା: ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ଓ ପ୍ରଭାରୀ

332

କନକ ବ୍ୟୁରୋ: ମେଣ୍ଟକୁ ନେଇ ପୁଣି ବଢିଲା ଚର୍ଚ୍ଚା । ମେଣ୍ଟ ଚର୍ଚ୍ଚା ଭିତରେ ପୁଣି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି । ଡାକରା ପାଇଁ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ଟିମ୍ । ଟିମରେ ରହିଛନ୍ତି ମନମୋହନ ସାମଲ, ବିଜୟ ପାଲ ସିଂ ତୋମାର, ସମ୍ବିତ ପାତ୍ର । ପୂର୍ବରୁ ମେଣ୍ଟ ଚର୍ଚ୍ଚା ଭିତରେ ମନମୋହନ ସାମଲ ଓ ବିଜୟ ପାଲ ସିଂ ତୋମାରଙ୍କ ବୟାନ ମେଣ୍ଟ ଚର୍ଚ୍ଚାକୁ ଥଣ୍ଡା ପକାଇ ଦେଇଥିଲା । ମମମୋହନ ସାମଲ ଓ ତୋମାର କହିଥିଲେ କି ରାଜ୍ୟରେ ବିଜେପି ଏକାକୀ ଲଢିବ । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । ଏବେ ପୁଣି ଦିଲ୍ଲୀରୁ ଡାକରା ଆସିଛି ।