କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ ବିଜେଡି-ବିଜେପି ମେଂଟ ଚର୍ଚ୍ଚାକୁ ଖଣ୍ଡନ କଲେ ରାଜ୍ୟ ବିଜେପିର ସହ ପ୍ରଭାରୀ ଲତା ଉସେଣ୍ଡି । କହିଲେ ରାଜ୍ୟରେ ହେବ ଡବଲ ଇଞ୍ଜିନ ସରକାର । ପୁରା ଦେଶ ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି କହିଛନ୍ତି ଲତା ଉସେଣ୍ଡି । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ଚଣ୍ଡିଖୋଲ ଆସୁଛନ୍ତି । ଏହି ସମୟରେ ବିଜେପି-ବିଜେଡି ମେଂଟ ନେଇ ଘୋଷଣା ହୋଇପାରେ ବୋଲି ରାଜନୈତକ ମହଲରେ ଚର୍ଚ୍ଚା ହେଉଛି ।