ଉତ୍ତରପ୍ରଦେଶ ହାଥରସ ସତସଙ୍ଗ କେନ୍ଦ୍ରରେ ଦଳା ଚକଟା । ମୃତ୍ୟୁ ସଂଖ୍ୟା ୧୧୬କୁ ବୃଦ୍ଧି । ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ

Advertisment
ଉତ୍ତରପ୍ରଦେଶ ହାଥରସ ସତସଙ୍ଗ କେନ୍ଦ୍ରରେ ଦଳା ଚକଟା । ମୃତ୍ୟୁ ସଂଖ୍ୟା ୧୧୬କୁ ବୃଦ୍ଧି । ରିପୋର୍ଟ ଆସିବା ପରେ ହେବ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ୟୁପି ହାଥରସରେ ବଡ଼ ଅଘଟଣ। ସିକନ୍ଦରାବାଦ ନିକଟ ଫୁଲେର ଗାଁରେ ସତସଙ୍ଗ ଚାଲିଥିଲା ବେଳେ ଦଳାଚକଟାରେ ୧୧୬ ଜଣଙ୍କ ମୃତ୍ୟୁ ହୋଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସକର ବିଶ୍ବହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମରେ ଏଭଳି ଘଟଣା ଘଟିଛିା ମୃତକ ମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଥିବା ଜଣାପଡିଛି । ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଉଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ ଆଜି ଫୁଲେର ଗାଁରେ ଭୋଲେ ବାବାଙ୍କ ସତସଙ୍ଗ ଚାଲିଥିଲା । ପ୍ରବଚନ ଶୁଣିବାକୁ ଅସମ୍ଭାଳ ଭିଡ଼ ହୋଇଥିଲା । ଭୋଲେ ବାବା ପ୍ରବଚନ ଦେଇ କାର୍ଯ୍ୟକ୍ରମସ୍ଥଳ ଛାଡିବା ପରେ ଶ୍ରଦ୍ଧାଳୁଙ୍କୁ ଛାଡିଥିଲେ ଆୟୋଜକ କମିଟି । ଫଳରେ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଥିବା ଶ୍ରଦ୍ଧାଳୁ ଶୀଘ୍ର ଟେଣ୍ଟରୁ ବାହାରିବାକୁ ଉଦ୍ୟମ କରିବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

୧୭ ବର୍ଷ ତଳେ ପୋଲିସ ଚାକିରୀ ଛାଡ଼ି ଧାର୍ମିକ ପ୍ରବଚନ ଦେବା ଆରମ୍ଭ କରିଥିଲେ ଭୋଲେ ବାବା । କୁହାଯାଉଛି ହାଥରସ ଓ ଏହାର ଆଖପାଖ ଅଞ୍ଚଳରେ ହଜାର ହଜାର ଲୋକ ଭୋଲେ ବାବାଙ୍କ ଅନୁଗାମୀ । ସେପଟେ ଦଳାଚକଟା ଘଟଣାକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ମେଡିକାଲରେ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପାଇଁ ଦୁଇ ଲକ୍ଷ ଓ ଆହତ ମାନଙ୍କ ପାଇଁ ପଚାଶ ହଜାର ଲେଖାଁଏ ସହାୟତା ରାଶି ଘୋଷଣା କରିଛନ୍ତି । ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ବଡ଼ ଅଘଟଣକୁ ନେଇ ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ଦୁଃଖ ପ୍ରକାଶ କରିଥିବା ବେଳେ ସଂସଦରେ ନିଜ ଅଭିଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ପ୍ରକାଶ କରିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe