୧୯ରେ ଆସୁଥିବା ସମ୍ଭବ୍ୟ ଲଘୁଚାପକୁ ନେଇ ଚିଠି ଲେଖିଲେ ଏସଆରସି । ଲଘୁଚାପ ଯୋଗୁଁ ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଚିଠିରେ ନିର୍ଦେଶ । ଦକ୍ଷିଣ ଓଡ଼ିଶାର ନଦୀ ନାଳରେ ଜଳସ୍ତର ବଢିବା ଆଶଙ୍କା ।

Advertisment
ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କଲେ ଏସଆରସି । ତଳିଆ ଅଞ୍ଚଳରେ ଜଳମଗ୍ନ ଓ ଭୂସ୍ଖଳନ ହେବାର ଆଶଙ୍କା କଲେ ସତର୍କ ।

କନକ ବ୍ୟୁରୋ : ଜିଲ୍ଲପାଳଙ୍କୁ ଏସଆରସିଙ୍କ ଚିଠି । ଲଘୁଚାପ ଯୋଗୁଁ ପ୍ରଭାବିତ ହେବାକୁ ଥିବା ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଚିଠି ଲେଖିଲେ ଏସଆରସି । ୧୯ରୁ ୨୧ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସଜାଗ ରହିବାକୁ ଦେଲେ ପରାମର୍ଶ । ବର୍ଷା ନେଇ ଦକ୍ଷିଣ ଓଡ଼ିଶାର ନଦୀ ନାଳରେ ବଢ଼ିପାରେ ଜଳସ୍ତର । ପାଣି ମାଡ଼ିବା, ଭୂସ୍ଖଳନ ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ । ସମସ୍ତ ସ୍ଥିତିର ମୁକାବିକଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ।

୧୯ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ୨୦ ତାରିଖ ଭିତରେ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୧୯ରୁ ୨୧ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଏହି ସମୟରେ ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣିଂ ଜାରି ହୋଇଛି ।

ୟେଲୋ ୱାର୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା,ଗଂଜାମ, ଗଜପତି । ଅକ୍ଟୋବର ୨୦, ୨୧ରେ ୨ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣିଂ ଜାରି କରାଯାଇଛି । ଗଂଜାମ ଓ ଗଜପତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe