ବଦଳୁଛି କରୋନା ମିଟରର ଗତି । ଖୋର୍ଦ୍ଧା, ଗଂଜାମକୁ ପଛରେ ପକାଇ ଦୈନିକ ସଂକ୍ରମଣରେ ଆଗକୁ ଉଠିଲା କଟକ : ବିଶେଷଜ୍ଞଙ୍କ ଆକଳନ, ଶୀର୍ଷ ଅତିକ୍ରମ କଲାଣି ଗଂଜାମ

176

କନକ ବ୍ୟୁରୋ : ରାଜ୍ୟରେ ଲଗାତାର ଭାବରେ ବଢିଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ବି କ୍ରମାଗତ ଭାବରେ ବଢିଚାଲିଛି । ତେବେ ଥରେ ନଜର ପକାନ୍ତୁ କିପରି ଭାବରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

ଅଗଷ୍ଟ ୨୪ 

ରାଜ୍ୟରେ ନୂଆ ଆକାନ୍ତ – ୨୯୪୯

କଟକ  – ୫୮୯

ଖୋର୍ଦ୍ଧା – ୪୭୪

ଯାଜପୁର  – ୨୧୫

କୋରାପୁଟ – ୧୮୧

ଗଂଜାମ ରେ – ୧୭୯ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । 

ଏବେ ନଜର ପକାଇବା ରାଜ୍ୟରେ କିପରି ବଢୁଛି କରୋନା? 

ଅଗଷ୍ଟ – ୨୧ 

ରାଜ୍ୟରେ ନୂଆ ଆକ୍ରାନ୍ତ – ୨୬୯୮

ଖୋର୍ଦ୍ଧା – ୪୭୫

କଟକ – ୨୦୭

ଗଂଜାମ – ୧୬୨

ଅଗଷ୍ଟ ୨୨

ରାଜ୍ୟରେ ନୂଆ ଆକ୍ରାନ୍ତ – ୨୮୧୯

ଖୋର୍ଦ୍ଧା – ୪୪୩

କଟକ – ୨୫୭

ଗଂଜାମ – ୧୯୨

ଅଗଷ୍ଟ ୨୩

ରାଜ୍ୟରେ ନୂଆ ଆକ୍ରାନ୍ତ – ୨୯୯୩

ଖୋର୍ଦ୍ଧା – ୬୦୬

ଗଂଜାମ – ୨୭୧

କଟକ – ୧୫୮

ଦିନକୁ ଦିନ ରାଜ୍ୟରେ କରୋନା ମିଟରର ଗତି ବଦଳୁଛି । ବିଶେଷଜ୍ଞଙ୍କ ମତରେ ଗଂଜାମ ଜିଲ୍ଲାରେ ସଂକ୍ରମଣ ଶୀର୍ଷ ସ୍ଥାନ ଅତିକ୍ରମଣ କରିଥିବା ବେଳେ ଖୋର୍ଦ୍ଧା ଓ କଟକ ଜିଲ୍ଲା ଶୀର୍ଷ ସଂକ୍ରମଣ ଆଡକୁ ଗତି କରୁଛନ୍ତି । ଅନ୍ୟପଟେ ଯାଜପୁର, କୋରାପୁଟ, ନୟାଗଡ଼, ରାୟଗଡ଼ା, ମୟୂରଭଂଜ ଆଦି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ।

Comments are closed.