ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ପ୍ରାର୍ଥନା କଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ: ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପାଇଁ ନିଯୁକ୍ତ ହେବେ ନିୟମିତ ନିର୍ଦ୍ଦେଶକ
କନକ ବ୍ୟୁରୋ: ହାଇକୋର୍ଟକୁ କ୍ଷମା ମାଗିଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ । ବ୍ୟକ୍ତିଗତ ହାଜର ହୋଇ ଅଦାଲତ ଅବମାନନା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ସରୋଜ କୁମାର ମିଶ୍ର । ଆସନ୍ତା ଡିସେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ଆଚାର୍ଯ୍ୟ ହରିହର କେନ୍ଦ୍ରରେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ଦେବା ନେଇ କୋର୍ଟକୁ ଅବଗତ କରାଇଛନ୍ତି । ଆଇନଜୀବୀ ଚିତରଂଜନ ମହାନ୍ତିଙ୍କ ପକ୍ଷରୁ ଅଦାଲତ ଅବମାନନା ନେଇ ଆବେଦନ କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଗତ ସେପ୍ଟେମ୍ବର ୨୦ ତାରିଖରେ ନିର୍ଦ୍ଦେଶକ ଥିବା ଡାକ୍ତର ଲଲାଟେନ୍ଦୁ ଷଡଙ୍ଗୀଙ୍କୁ ପୁଣିଥରେ ନିର୍ଦ୍ଦେଶକ ପଦ ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ ।