ଫିଲ୍ମ ଷ୍ଟାଇଲରେ ନିଶା ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଭୁବନେଶ୍ୱର ପିତାପଲ୍ଲୀରୁ ପାହାଳ ଯାଏଁ ପୋଲିସ-ଅପରାଧୀ ଛକାପଞ୍ଝା ।

200

କନକ ବ୍ୟୁରୋ: ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ । ଫିଲ୍ମ ଷ୍ଟାଇଲ୍ରେ ଧରାପଡ଼ିଲେ ଅପରାଧୀ । ନିଶା ମାଫିଆଙ୍କୁ ଗୋଡାଇ ଗୋଡାଇ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଭୁବନେଶ୍ୱର ପିତାପଲ୍ଲୀରୁ ପାହାଳ ଯାଏଁ ଚାଲିଲା ପୋଲିସ-ନିଶା ମାଫିଆଙ୍କ ମଧ୍ୟରେ ଛକାପଞ୍ଝା ।

କାରରେ ମାଫିଆ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ପାଇବା ପରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଗାଡିର ପିଛା କରିଥିଲା । ପାହାଳ ନିକଟରେ ଗାଡିକୁ ଅଟକାଯାଇଥିଲା । ଗାଡିରେ ଏକ ସ୍ପେଶାଲ ଚାମ୍ପର କରି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଚଡାଉ ବେଳେ ଗାଡିର ସ୍ପେଶାଲ ଚାମ୍ପରରୁ ୩ ଶହ କେଜିର ଗଞ୍ଜେଇ ଜବତ ହୋଇଛି । ଏହା ସହ ତିନି ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।