ସୋରଡା ବିଧାୟକ ପାସ୍ କଲେ ଦଶମ ଶ୍ରେଣୀ । ୫୦୦ରୁ ରଖିଲେ ୩୪୦ ମାର୍କ

Advertisment
ସୋରଡା ବିଧାୟକ ପାସ୍ କଲେ ଦଶମ ଶ୍ରେଣୀ । ୫୦୦ରୁ ରଖିଲେ ୩୪୦ ମାର୍କ

କନକ ବ୍ୟୁରୋ: ଦଶମ ଶ୍ରେଣୀ ପରୀକ୍ଷା ପାସ୍ କଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ଆଜି ଅଫଲାଇନ୍‌ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୋଟ ୫୦୦ ମାର୍କରୁ ୩୪୦ ମାର୍କ ରଖି ବି ୨ ଗ୍ରେଡ ସହ ପାସ୍ କରିଛନ୍ତି। ଗତ ଜୁଲାଇ ୩୦ ତାରିଖ ଦିନ ଦଶମ ଅଫ୍‌ଲାଇନ୍‌ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ସୋରଡ଼ା ନିର୍ବାଚନ ମଣ୍ଡଳୀର ତିନି ଥର ନିର୍ବାଚିତ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଜଣେ ସାଧାରଣ ପରୀକ୍ଷାର୍ଥୀ ଭଳି ଦଶମ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ ଇଂରାଜୀ, ଓଡ଼ିଆ, ସାମାଜିକ ବିଜ୍ଞାନ, ଗୃହ ବିଜ୍ଞାନ ଓ ପେଣ୍ଟିଂ ପରୀକ୍ଷା ଦେଇଥିଲେ। ସେ ପେଣ୍ଟିଂ ପରୀକ୍ଷାରେ ସର୍ବାଧିକ ୮୫ ମାର୍କ ରଖିଥିବା ବେଳେ ଇଂରାଜୀରେ ସର୍ବନିମ୍ନ ୪୪ ମାର୍କ ରଖିଛନ୍ତି। ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିପିକେଟ୍ ଅଧୀନରେ ଦଶମ ଶ୍ରେଣୀ ପାଇଁ ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ।

ବିଧାୟକ ପୂର୍ଣ୍ଣଚନ୍ଦ୍ର ପୂର୍ବରୁ ଅନେକ ଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାରିବାରିକ, ରାଜନୈତିକ ବ୍ୟସ୍ତତା ସହ ଲୋକଙ୍କ ଭିତରେ ରହି ପରୀକ୍ଷା ଦେବାର ସୁଯୋଗ ପାଇ ପାରିନଥିଲେ। ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ମନ ବଳାଇଥିବା ବେଳେ ପରୀକ୍ଷା ଦେବା ସମୟରେ ସେ ତାଙ୍କର ସ୍ବାସ୍ଥଗତ ସମସ୍ୟା ଥିବାରୁ ବିଦ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଆଇସୋଲେସନ୍ କକ୍ଷରେ ଜଣେ ମାତ୍ର ପରୀକ୍ଷାର୍ଥୀ ଭାବେ ସେ ପରୀକ୍ଷା ଦେଇଥିଲେ। ଆଜି ସେହି ପରୀକ୍ଷା ଫଳ ବାହାରିବା ପରେ ସେ ଉତ୍ତିର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe