ଓସ୍କାର ଦୌଡରେ ନାଟୁ ନାଟୁ: ବେଷ୍ଟ ଅରିଜିନାଲ ସଙ୍ଗ ବର୍ଗରେ ସାମିଲ ମନୋନୀତ ହେଲା ଟ୍ରିପିଲ ଆର ଫିଲ୍ମର ଗୀତ

101

କନକ ବ୍ୟୁରୋ: ଏସଏସ ରାଜମୋଲିଙ୍କ ଫିଲ୍ନ ଆରଆରଆରର ନାଟୁ ନାଟୁ ଗୀତ ଓସ୍କାର ପାଇଁ ମନୋନୀତ ହୋଇଛି । ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟାଗୋରୀରେ ମୋଟ୍ ୫ଟି ଗୀତ ମନୋନୀତ ହୋଇଛି । ଏଥିମଧ୍ୟରେ ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟାଗୋରୀରେ ସାମିଲ ହୋଇଛି ୨୦୨୨ର ଏହି ସୁପରହିଟ୍ ଗୀତ । ଏହାପୂର୍ବରୁ ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ଗୋଲଡେନ ଗ୍ଲୋବ ଆୱାର୍ଡ ପାଇଥିଲା ନାଟୁ ନାଟୁ । ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ରାମ ଚରଣ, ଜୁନିୟର ଏନଟିଆର ପ୍ରମୁଖ ଭୂମିକାରେ ନଜର ଆସିଥିଲେ । ଏହି ଦୁଇଜଣଙ୍କ ଛଡା ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଫିଲ୍ମରେ ଅଭିନୟ କରିଥିଲେ । ଫିଲ୍ମକୁ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଦର୍ଶକ ପସନ୍ଦ କରିଥିଲେ । ଫିଲ୍ମର କାହାଣୀ ସହିତ ଏଥିରେ ପ୍ରଦର୍ଶିତ ଭିଏଫଏକ୍ସ ମଧ୍ୟ ଲୋକମାନଙ୍କୁ ପସନ୍ଦ ଆସିଥିଲା । ୨୪ ମାର୍ଚ୍ଚ ୨୦୨୨ ରେ ଆରଆରଆର ରିଲିଜ୍ ହୋଇଥିଲା । ରିଲିଜ ହେବା ପରେ ଏହି ଚଳଚ୍ଚିତ୍ର କେବଳ ଭାରତୀୟ ବକ୍ସ ଅଫିସରେ ନୁହେଁ ବରଂ ସାରା ବିଶ୍ୱରେ ବହୁତ ରୋଜଗାର କରିଥିଲା । ଖବର ଅନୁଯାୟୀ, ଏସ୍.ଏସ୍.ଏସ୍ ରାଜାମୌଲିିଙ୍କ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୨୦୦ କୋଟିରୁ ଅଧ୍ଚଳ ବ୍ୟବସାୟ କରିଛି ।