କ୍ୟାନସର ଆକ୍ରାନ୍ତ ବୃଦ୍ଧ ବାପାକୁ ପର କରିଦେଲା ପୁଅ : ଯନ୍ତ୍ରଣାରେ ଛଟପଟ ବୃଦ୍ଧଙ୍କୁ ଅଧାବାଟରେ ଛାଡିଦେଲା ପୁତୁରା

ଏସସିବି କ୍ୟାନସର ହସ୍ପିଟାଲରେ ଚାଲିଛି ବୃଦ୍ଧଙ୍କ ଚିକିତ୍ସା

106

କନକ ବ୍ୟୁରୋ : କ୍ୟାନସର ଆକ୍ରାନ୍ତ ବୃଦ୍ଧ ବାପାକୁ ପର କରିଦେଲା ପୁଅ । ଯନ୍ତ୍ରଣାର ଛଟପଟ ବୃଦ୍ଧଙ୍କୁ ମେଡିକାଲକୁ ଆଣିଲା ପୁତୁରା । ହେଲେ ଅଧାବାଟରେ ଛାଡି ପଳେଇଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ।

କଟକ ବଡମ୍ବା ଅଂଚଳର ୬୫ ବର୍ଷିୟ ମହେନ୍ଦ୍ର ଗୋଛିଙ୍କ ଡାହାଣ ଗୋଡରେ ଏକ ଛୋଟ ଘା ହୋଇଥିଲା ଅବହେଳା ଯୋଗୁଁ ଦିନକୁ ଦିନ ଘା ବଢିବାକୁ ଲାଗିଲା । ଯନ୍ତ୍ରଣା ହେବାରୁ ଦୁଇପୁଅକୁ ମେଡିକାଲ ନେବାକୁ କହିଥିଲେ । କିନ୍ତୁ ଦୁଇପୁଅ ଦେଖିଲେ ନାହିଁ । ଯେଉଁଠି ପୁଅ ମୁହଁକୁ ଚାହିଁଲା ନାହିଁ, ସେଠି ଭାଗ୍ୟ ସାହା । ସ୍ୱାମୀ, ସ୍ତ୍ରୀ ଉଭୟ ଭାଗ୍ୟକୁ ଆଦରି ୧୫ ଦିନ ହେଲା ମେଡିକାଲ ରାସ୍ତାରେ ପଡିରହିଛନ୍ତି ।