କନକ ବ୍ୟୁରୋ: ଟାଟା ପାୱାର କମ୍ପାନୀ ଦୌରାତ୍ମ୍ୟର ପ୍ରତିବାଦ । ରୋଗୀଣା ମା’ଙ୍କୁ ଠେଲା ଗାଡିରେ ନେଇ ଜିଲ୍ଲାପାଳଙ୍କ ଅଫିସକୁ ଗଲେ ପୁଅ । ଏପରି ଏକ ଖବର ଆସିଛିି ମାଲକାନଗିରି ଜିଲ୍ଲାରୁ, ସେଠାକାର ଏମଭି ୪୧ ଗାଁର ଦିପକ ଦେ’ଙ୍କ ଘରେ ଶଯ୍ୟାଶାୟୀ ବୁଢୀ ମା’ ଶ୍ୱାସରୋଗରେ ପୀଡିତ । ତାଙ୍କୁ ବଞ୍ଚିବା ପାଇଁ ଘଣ୍ଟା ଘଣ୍ଟା ନେବୁଲାଇଜର ସହ କୁଲର ଓ ଫ୍ୟାନର ଅବଶ୍ୟକତା ରହିଛି । ହେଲେ ଟାଟା କମ୍ପାନୀର କର୍ମଚାରୀ ମାନେ ଅନ୍ଧାର ରାତିରେ ଆସି ବିଦ୍ୟୁତ କାଟି ଦେଲେ । ଆଉ ବିଦ୍ୟୁତ କାଟିବା ସମୟରେ ଟ୍ରାନ୍ସଫର୍ମର ନିକଟରେ ଥିବା ମକା ବାଡକୁ ନଷ୍ଟ କରି ଦେଲେ ବିଦ୍ୟୁତ କର୍ମଚାରୀ । ଆଉ ଏସମ୍ଭନ୍ଧରେ ତାଙ୍କୁ ପଚାରିବାରୁ ଟାଟା କମ୍ପାନୀର କର୍ମଚାରୀ ମାନେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି ।
ଦିପକ ଦେଙ୍କ ସ୍ତ୍ରୀ ନାଁରେ ବିଦ୍ୟୁତ ସଂଯୋଗ ରହିଛି । ଗତ ୧୬ ତାରିଖ ଦିନ ୬୪୩ ଟଙ୍କା ବିଲ ପ୍ରଦାନ କରାଯାଇଥିବା ବେଳେ ସାଙ୍ଗେ ସାଙ୍ଗେ ୭୦୦ ଟଙ୍କା ପୈଠ କରିଥିଲେ ସ୍ୱାମୀ ଦିପକ । ସେହିପରି ଉଠା ଜଳସେଚନ ବାବାଦକୁ ୨୧ ହଜାର ୩୯୨ ଟଙ୍କା ବିଲ ପ୍ରଦାନ କରାଯାଇଥିବା ବେଳେ ଗତ ୯ ସେପ୍ଟେମ୍ବରରେ ୭ ହଜାର ଟଙ୍କା ପୈଠ ହୋଇଥିଲା । ତେବେ କାହିଁକି ଘରର ବିଦ୍ୟୁତ ସଂଯୋଗ କାଟି ଦିଆ ଗଲା ତାକୁ ନେଇ ପ୍ରଶ୍ନ ଉଠିଛି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/pjimage-1-1.jpg)