କନକ ବ୍ୟୁରୋ : ଉପାନ୍ତ ଅଞ୍ଚଳର ଶିକ୍ଷକଙ୍କ ପୁଅ ଇସ୍ରୋ ବୈଜ୍ଞାନିକ । ଚନ୍ଦ୍ରଯାନ-୩ ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର । ଜୟନ୍ତ କେରଳ ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ ବିଭାଗରେ ବରିଷ୍ଠ ବୈଜ୍ଞାନିକ ଭାବେ କାମ କରୁଥିବା ବେଳେ ଚନ୍ଦ୍ରଯାନ-୩ରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

Advertisment

ମାଲକାନାଗିରି ଜିଲ୍ଲାରେ ତାଙ୍କର ଦିବଙ୍ଗତ ବାବା ଜୟଦେବ ହାଲଦାର ଶିକ୍ଷକକତା କରୁଥିଲେ । କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟରେ ପାଠପଢ଼ି ଅ।।ଇଆଇଏସଟି ଅନୁଷ୍ଠାନରେ ଏଇରୋସ୍ପେସ ଇଞ୍ଜିନିୟରିଂ କରିବା ଲାଗି ସୁଯୋଜ ପାଇଥିଲେ । ୨୦୧୨ରେ ଏଇରୋସ୍ପେସ ଇଞ୍ଜିୟରିଂରେ ଉତିର୍ଣ୍ଣ ହେବା ପରେ ଇସ୍ରୋରେ ଯୁବ ବୈଜ୍ଞାନିକ ଭାବେ କାମ କରୁଥିଲେ ।