କନକ ବ୍ୟୁରୋ: ହାତରେ କେନ୍ଦେରା, ଆଗରେ ୨ ଛୋଟ ଛୁଆ ପାଲଟିଛନ୍ତି ସାହାରା । ଏ ଦୃଶ୍ୟ ସାମ୍ନାକୁ ଆସିଛି ଗଂଜାମ ଜିଲ୍ଲା ଦିଗପହଣ୍ଡିରୁ । ଦୁନିଆ କ’ଣ ଦେଖି ନାହାନ୍ତି କିନ୍ତୁ ନିଜ ୨ ପୁଅଙ୍କ ଜରିଆରେ ଦୁନିଆ ଦେଖୁଛନ୍ତି ଦିଗପହଣ୍ଡିର ଦିବ୍ୟାଙ୍ଗ ଜି. ଶିବ କୁମାର । ଗାଁ ଗାଁ ବୁଲି ମାଗୁଛନ୍ତି ଭିକ୍ଷା । ତାଙ୍କ ପାଖରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବାରୁ ଭିକ୍ଷାବୃତି କରି ସ୍ତ୍ରୀ ଓ ଦୁଇ ପିଲାଙ୍କ ପେଟ ପୋଷୁଛନ୍ତି ଜି. ଶିବ । ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ସହଯୋଗ ମିଳିନଥିବା ଅଭିଯୋଗ ହୋଇଛି । ତେଣୁ ବାଧ୍ୟ ହୋଇ ଶିବ କୁମାର ଭିକ୍ଷାବୃତି କରୁଛନ୍ତି । ଗାଁକୁ ଗାଁ ବୁଲି କେନ୍ଦେରା ବଜାଇ ଗୀତ ଗାଉଛନ୍ତି । ଆଉ ଯିଏ ଯାହା ଖୁସିରେ ଦେଲା ତାକୁ ଗ୍ରହଣ କରି ପରିବାର ଚଳାଉଛନ୍ତି ।
ସେ ଦିବ୍ୟାଙ୍ଗ ତାଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା ରହିଛି । ତେଣୁ ପ୍ରଶାସନ ନିକଟରେ ବିଭିନ୍ନ ଯୋଜନାର ଲାଭ ପାଇବା ପାଇଁ ଦାବି କରିଛନ୍ତି କିନ୍ତୁ ଏ ଦିଗରେ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଗଂଜାମ ଜିଲ୍ଲା ପ୍ରଶାସନ ଏ ଦିଗରେ ନିରବ ରହିବା ସରକାରୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ଦର୍ଶାଇଛି ।
Follow Us