ରାଜଧାନୀରେ ବୀଭତ୍ସ ହତ୍ୟା । ବାପାଙ୍କୁ ଛୁରୀରେ ଭୁସି ହତ୍ୟା କଲା ପୁଅ ।

Advertisment
ପୂର୍ବ ଶତ୍ରୁତାକୁ ନେଇ ଛୁରାମାଡ଼ରେ ଯୁବକ ମୃତ । ଆକ୍ରମଣକାରୀର ଘର ଜାଳିଦେଲେ ଗାଁ ଲୋକ ।

କନକ ବ୍ୟୁରୋ: ରାଜଧାନୀରେ ବୀଭତ୍ସ ହତ୍ୟା । ବାପାଙ୍କୁ ଛୁରୀରେ ଭୁସି ବୀଭତ୍ସ ଭାବେ ହତ୍ୟା କଲା ପୁଅ । ମଞ୍ଚେଶ୍ବର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ତେବେ ଜମି ଜମା ବିବାଦରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଥିବାବେଳେ, ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ହତ୍ୟାକାରୀ ପୁଅ ଜଣକ ଗୋଟିଏ ଲ’ କଲେଜର ପ୍ରଫେସର ଅଟନ୍ତି । ଏପରିକି ସେ ଜଣେ ଓକିଲ ବୋଲି ମଧ୍ୟ ସୂଚନା ମିଳୁଛି । ହେଲେ ଆଇନର ରକ୍ଷାକାରୀ ହେଇ, ସେ ନିଜେ ଆଇନକୁ ହାତକୁ ନେଇଛନ୍ତି । ମିଳିଥିବା ସୂଚନା ମୁତାବକ, ଭୋର ସମୟରେ ଏହି ଅଘଟଣ ଘଟିଛି । ଆଉ ସାମାନ୍ୟ ବଚସାରୁ ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ତେବେ ଛୁରୀ ଭୁସିବା ପରେ ହସ୍ପିଟାଲ ନେବା ବାଟରେ ବାପାଙ୍କ ମୃତ୍ୟୁ ହେଇଥିବା ନେଇ କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe