ସଂପତି ପାଇଁ ବାପାଙ୍କୁ ବନ୍ଦୀ ବନାଇଲେ ପୁଅ-ବୋହୂ : ପଡ଼ୋଶୀଙ୍କ ଠାରୁ ଖବର ପାଇ ପହଁଚିଲା ପୋଲିସ; ସିଡି ଲଗାଇ କଲା ଉଦ୍ଧାର

ସଂପତି ଭାଗବଂଟାକୁ ନେଇ ପୁଅ-ବୋହୂଙ୍କ ସହ ହୋଇଥିଲା ବିବାଦ

257

କନକ ବ୍ୟୁରୋ : ସଂପତି ପାଇଁ ଅଲୋଡା ହୋଇଗଲା ବାପା । ସଂପତି ଲୋଭରେ ବାପାଙ୍କୁ ନିର୍ଯାତନା ଦେବାକୁ ପଛେଇଲେ ନାହିଁ ପୁଅ, ବୋହୁ । ଭୁବନେଶ୍ୱର ପଳାଶୁଣି ଅଂଚଳରେ ଜଣେ ୭୫ବର୍ଷ ବୃଦ୍ଧଙ୍କୁ ସମ୍ପତ୍ତି ହାତେଇବା ପାଇଁ ପୁଅବୋହୁ ଘରେ ବନ୍ଦ କରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

ଶେଷରେ ପଡୋଶୀଙ୍କୁ ଠାରୁ ଖବର ପାଇ ବୃଦ୍ଧଙ୍କୁ ଉଦ୍ଧାର କରିଛି ପୁଲିସ । ଆଉ ଏହି ଘଟଣା ସମାଜରେ ବାପ ପୁଅର ସମ୍ପର୍କ ଓ ବୟସ୍କ ବାପା ମାଆଙ୍କ ପ୍ରତି କେଉଁ ଭଳି ଆଚରଣ ହୋଇପାରେ ତାର ଏକ କଳଙ୍କିତ ଚିତ୍ର ସାମ୍ନାକୁ ଆଣିଛି ।