କନକ ବ୍ୟୁରୋ: ସଇତାନ ପୁଅର ବର୍ବର କାଣ୍ଡ । ମଦ ପିଇବାକୁ ବାରଣ କରିବାରୁ ବାପା-ମାଆଙ୍କୁ କାଠ ଫାଳିଆରେ ଆକ୍ରମଣ କଲା ପୁଅ । ମାଆ ଜୟ କୁମାରୀଙ୍କ ମୃତ୍ୟୁ ହୋଇଥିବା ବେଳେ କୈଫୁଲ ବରିହା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗୀର ଖପ୍ରାଖୋଲ ଥାନା ଝଙ୍କାରପାଲି ଗାଁରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଶୁକ୍ରବାର ରାତିରେ ପୁଅ କ୍ଷେତ୍ର ବରିହା ମଦ ପିଇ ଘରକୁ ଆସିବାରୁ ବାପା-ମାଆ ବିରୋଧ କରିଥିଲେ । ଏହାପରେ ଉତ୍ତ୍ୟକ୍ତ ହୋଇ ଉଭୟଙ୍କୁ କାଠ ଫାଳିଆରେ ମାଡ଼ ମାରିବା ସହ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ପରେ ସ୍ଥାନୀୟ ଲୋକେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଖପ୍ରାଖୋଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ପାଟଣାଗାଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚକିତ୍ସାଧିନ ଅବସ୍ଥାରେ ମାଆ କୁମାରୀଙ୍କ ମୃତ୍ୟୁ ହୋଇଥିବା ବେଳେ କୈଫୁଲ ବରିହାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଅଭିଯୁକ୍ତ କ୍ଷେତ୍ର ବରିହାକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି ।