ମହାନଦୀ ଜଳ ବିବାଦର ସମାଧାନ ଠପ୍ । ଗତ ୫ ମାସରୁ ଟ୍ରିବ୍ୟୁନାଲରେ ହୋଇନି ଶୁଣାଣି

Advertisment
ମହାନଦୀ ଜଳ ବିବାଦର ସମାଧାନ ଠପ୍ । ଗତ ୫ ମାସରୁ ଟ୍ରିବ୍ୟୁନାଲରେ ହୋଇନି ଶୁଣାଣି

କନକ ବ୍ୟୁରୋ: ଓଡ଼ିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲରେ ଗତ ୫ ମାସରୁ ଶୁଣାଣି ଠପ୍ ରହିଛି । ଗତ ମାର୍ଚ୍ଚ ୮ ତାରିଖରେ ଜଷ୍ଟିସ ଏ.ଏମ. ଖାନୱିଲକର ଭାରତର ଲୋକପାଳ ଦାୟିତ୍ୱ ନେବା ପୂର୍ବରୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏଥିସହିତ ଅନ୍ୟାଦେଶ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା । ଇତିମଧ୍ୟରେ ଜଷ୍ଟିସ ଖାନୱିଲକରଙ୍କ ଇସ୍ତଫା ଦେବାର ୫ ମାସ ବିତିଯାଇଯାଇଥିଲେ ହେଁ କେନ୍ଦ୍ର ସରକାରଙ୍କ ନୂତନ ଅଧ୍ୟକ୍ଷଙ୍କ ନିଯୁକ୍ତି କରାନଯିବା ଏହି ଟ୍ରିବ୍ୟୁନାଲର ଭବିଷ୍ୟତ ନେଇ ପ୍ରଶ୍ନ ଉଠାଇଛି । ପ୍ରଚଳିତ ବ୍ୟବସ୍ଥା ଅନୁସାରେ, ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଜଣେ ସିଟିଂ ଜଜଙ୍କ ନାମ ସୁପାରିସ କରିବା ପାଇଁ ପତ୍ର ଲେଖିଥାନ୍ତି। ସେହି ଅନୁସାରେ ସରକାର ଅଧ୍ୟକ୍ଷଙ୍କ ନିଯୁକ୍ତି ସଂପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶିତ କରିଥାନ୍ତି। ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ୨୦୧୮ ମସିହା ଅକ୍ଟୋବର ୧୩ରୁ ଶୁଣାଣି ଆରମ୍ଭ କରିଥିଲେ। ଫେବ୍ରୁଆରି ୨୦୨୪ ସୁଦ୍ଧା ଟ୍ରିବ୍ୟୁନାଲରେ ମୋଟ ୩୨ ଥର ଶୁଣାଣି ହୋଇଛି। ଟ୍ରିବ୍ୟୁନାଲ ଗଠନ ହେବାର ୬ ବର୍ଷ ପରେ ବିବାଦର ସମାଧାନ ନେଇ ଟ୍ରିବ୍ୟୁନାଲ କେନ୍ଦ୍ର ସରକାରଙ୍କୁ କୌଣସି ରିପୋର୍ଟ ଦାଖଲ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe