କନକ ବ୍ୟୁରୋ : ବେଡ଼ ରୁମ୍ ଭିତରୁ ବାହାରିଲା ନାଗ ସାପ । ବାଙ୍କି ହରିରାଜପୁର ଗାଁର ଶରତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ବେଡ଼ରୁମ୍ରେ ଏକ ସାପ ପଶିବାର ଦେଖି ସେ ସ୍ନେକ୍ ହେଲପ୍ ଲାଇନକୁ ଫୋନ କରିଥିଲେ । ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ସେଠାରେ ପହଂଚି ସାପଟିକୁ ଉଦ୍ଧାର କରିଛିନ୍ତି । ସାପଟିର ଲମ୍ବର ପ୍ରାୟ ୫ଫୁଟ ହେବ ବୋଲି ଜଣାପଡ଼ିଛି ।

Advertisment

ଉଦ୍ଧାର ହୋଇଥିବା ନାଗସାପଟି ବାଙ୍କୀ ଠାରୁ ଦୁରରେ ଥିବା ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବାଙ୍କିର ଅନେକ ସ୍ଥାନରେ ପାଣି ଜମି ରହିଛି । ଚାରିଆଡ଼େ ପାଣି ଜମି ରହିବା ଫଳରେ ଘରେ ଭିତରେ ସାପ ପଶୁଥିବା ଦେଖିବାକୁ ମିଳୁଛି ।