ଟ୍ରେନ୍ ବଗିରୁ ବାହାରୁଥିବା ଦୁର୍ଗନ୍ଧର ସାମ୍ନାକୁ ଆସିଲା ସତ । ବଗିରେ ନଥିଲା ମୃତଦେହ, ବାହାରିଲା ପେଟି ପେଟି ପଚା ସଢା ଅଣ୍ଡା

13,507

କନକ ବ୍ୟୁରୋ: ଟ୍ରେନ୍ ବଗିରୁ ବାହାରିଲା ପେଟି ପେଟି ପଚା ସଢା ଅଣ୍ଡା । କିଛ ଦିନ ହେଲା ବଗିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଥିରେ ଆହୁରି ଅଧିକ ମୃତଦେହ ଥିବା ଅଭିଯୋଗ କରିଥିଲେ ଲୋକେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବଗି ଖୋଲଯାଇଥିବା ବେଳେ ସେଥିରୁ ପଚା ଅଣ୍ଡା ବାହାରିଥିଲା । ଘଟଣାସ୍ଥଳରେ ପୁଲିସ, ତହସିଲଦାର ଓ ଏନଡିଆରଏଫ ଟିମ୍ ସହ କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ବଗି ଉଦ୍ଧାର ହୋଇଥିଲା ।

ବାଲେଶ୍ୱର ବାହାନଗା ଦୁର୍ଘଟଣାରେ ଅନେକ ମୃତଦେହ ଉଦ୍ଧାର କରାଯାଇଥିଲା । ଏପରିକି ବଗି ଭିତରେ ରହିଯାଇଥିବା ମୃତଦେହ ଗୁଡିକୁ କଢାଯାଇଥିବା ବେଳେ ଦୁଇଟି ବଗି ବନ୍ଦ ରହିଥିଲା । ଘଟଣାକୁ ପ୍ରାୟ ସପ୍ତାହେ ବିତିଯାଇଥିଲେ ବି ଏହି ଦୁଇ ବଗି ଉଦ୍ଧାର ହୋଇନଥିଲା । ଦିନକୁ ଦିନ ଦୁର୍ଗନ୍ଧ ବଢୁଥିବାରୁ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ । ବଗି ଭିତରେ ମୃତଦେହ ରହିଥିବାରୁ ଏହି ଦୁର୍ଗନ୍ଧରେ ଅସହ୍ୟ ହୋଇପଡିଥିଲେ ଲୋକମାନେ । ଶେଷରେ ବଗି ଖୋଲାଯାଇ ସେଥିରୁ ଏହି ପଚାସଢା ଅଣ୍ଡା ପେଟି ବାହାର କରାଯାଇଥିଲା ।