ସାଂସଦ ନିଲମ୍ବିତ,ସଂସଦରେ ବିରୋଧୀଙ୍କ ବିକ୍ଷୋଭ । ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ।

123

କନକ ବ୍ୟୁରୋ: ସାଂସଦ ନିଲମ୍ବିତ, ସଂସଦରେ ବିରୋଧୀଙ୍କ ବିକ୍ଷୋଭ । ବୁଧବାର ମଧ୍ୟ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ଦେଇ ଧାରଣା ଦେଇଛନ୍ତି ବିରୋଧୀ । ଦାବି ପୂରଣ ନହେବା ଯାଏଁ ବିକ୍ଷୋଭ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି ବିରୋଧୀ । ତେବେ ବୁଧବାର ଆଉ ଦୁଇ ଜଣ ସାଂସଦ ନିଲମ୍ବନ ପରେ ମୋଟ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି ।

  • ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି
  • ବିରୋଧୀ ସାଂସଦଙ୍କ ବିକ୍ଷୋଭ

ହାତରେ ପ୍ଲାକାର୍ଡ, ଦାବି ଗୋଟିଏ । ନିଲମ୍ବନକୁ କରାଯାଉ ପ୍ରତ୍ୟାହାର । ବୁଧବାର ସଂସଦ ଭବନ ପରିସରରେ ନିଲମ୍ବିତ ଓ ବିରୋଧୀ ସାଂସଦ ଏକଜୁଟ ହୋଇଛନ୍ତି । ୧୪୩ଜଣ ସାଂସଦଙ୍କ ନିଲମ୍ବନ ଗଣତନ୍ତ୍ର ପ୍ରତି ବିପଦ କହି ବିରୋଧୀ ଦାବି ଜଣାଇଛନ୍ତି । ଯେଉଁ ପର୍ୟ୍ୟନ୍ତ ନିଲମ୍ବନ ପ୍ରତ୍ୟାହାର କରାଯାଇନି ସେପର୍ୟ୍ୟନ୍ତ ବିରୋଧ ଜାରି ରହିବ ବୋଲି କହିଛି ବିରୋଧୀ । ସାଂସଦମାନେ ଗାନ୍ଧୀମୂର୍ତି ଆଗରେ ମିଳିତ ବିରୋଧ ପ୍ରଦର୍ଶନ କରି ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ଦେଇଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଏକାଠି ମିଶି ପ୍ରତିବାଦରେ ସାମିଲ ହୋଇଛନ୍ତି ।

ସେପଟେ ସାଂସଦମାନଙ୍କ ନିଲମ୍ବନ ଘଟଣାକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ହୋଇଛି । ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁଡ଼ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇ ଗଣିତନ୍ତ୍ରର ଶାସ୍ୱରୁଦ୍ଧ କରାଯାଇଥିବା କହିଛନ୍ତି ସୋନିଆ ଗାନ୍ଧୀ । ତେବେ ସାଂସଦଙ୍କ ଅଶୋଭନୀୟ ଆଚରଣ ପାଇଁ ଏଭଳି କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି ରାଜ୍ୟସଭା ସଭାପତି ଜଗଦୀପ ଧନଖଡ଼ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ।

ସୂଚନାଯୋଗ୍ୟ ଯେ, ସଂସଦ ସୁରକ୍ଷା ତ୍ରୁଟି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଗୃହରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଦାବି କରୁଛନ୍ତି । ଶୀତ ଅଧିବେଶନରେ ଉଭୟ ରାଜସଭା ଓ ଲୋକସଭାରେ ବାରମ୍ବାର ହଟ୍ଟଗୋଳ କରୁଥିବା ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି ।