ସକାଳୁ ସକାଳୁ ଲାଲ୍ ବର୍ଣ୍ଣରେ ଆଚ୍ଛାଦିତ ହେଲା ଆକାଶ : ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କଲେ ଲୋକ 

359

କନକ ବ୍ୟୁରୋ : ଆଜି ସକାଳୁ ସକାଳୁ ଆକାଶରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି । ପଶ୍ଚିମ ଆକାଶରେ ଲାଲ ବର୍ଣ୍ଣର ଆଚ୍ଛାଦିତ ହୋଇଥିବା ବେଳେ ପୂର୍ବ ଆକାଶ ଲୋହିତ ବର୍ଣ୍ଣ ଧାରଣ କରିଥିଲା । କେହି କେହି ଏହାକୁ ବାତ୍ୟାର ସତର୍କବାଣୀ କହୁଥିବା ବେଳେ ଆଉ କେହି ଏହାକୁ ଭିନ୍ନ ଧରଣରେ ଦେଖୁଛନ୍ତି ।

ମର୍ଣ୍ଣିଂ ୱାର୍କରେ ଯାଉଥିବା ଲୋକମାନେ ପ୍ରକୃତିର ଏଭଳି ବେଶ ଦେଖି ବେଶ ଉପଭୋଗ କରିଥିଲେ । ଲଘୁଚାପ ଜନିତ ବର୍ଷା ଓ ପବନ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଆକାଶର ଏଭଳି ରଙ୍ଗ ଦେକି ଉପକୂଳବର୍ତ୍ତୀ ଅଂଚଳର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।