ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଯୁବକର କଙ୍କାଳ। ଗଞ୍ଜେଇ ଚୋରାଚାଲାଣ ନେଇ ହତ୍ୟା।

66

କନକ ବ୍ୟୁରୋ: ଦେଢମାସ ପରେ ଘଞ୍ଚ ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ କଙ୍କାଳ । ଗଂଜେଇ ଚୋରା ଚାଲାଣ ନେଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଘଞ୍ଚ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ ଦୁଇ ସାଥୀ ଗଞ୍ଜେଇ ଚାଲାଣକାରୀ । ଆଉ ମୋଟର ସାଇକଲକୁ ବାଲିମେଳା ଜଳ ଭଣ୍ଡାର ଭିତରେ ଫିଙ୍ଗି ଦେଇଥିଲେ ଦୁଇ ହତ୍ୟାକାରୀ ଯୁବକ ।

ମାଲକାନଗିରି ଥାନା ଅନ୍ତର୍ଗତ ସିନ୍ଧ୍ରୀମାଳ ଗାଁର ରାମ ଚନ୍ଦ୍ର ମାଢୀ ଗତ ଦେଢ ମାସ ଧରି ନିଖୋଜ ଥିଲେ । ଗତ ଡିସେମ୍ବର ୨ ତାରିଖରେ ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ । ପୁଲିସ ପୁରା ଘଟଣାର ପର୍ଦାଫାଶ କରି ହତ୍ୟାକାଣ୍ଡ ପଛରେ ଗଂଜେଇ କାରବାର ଥିବା ଜାଣିବାକୁ ପାଇଛି । ସିନ୍ଧ୍ରୀମାଳ ଗାଁର ଯୁବକ ରାମଚନ୍ଦ୍ର ମାଢୀ ଓ ତାଙ୍କ ଦୁଇ ସାଥୀ ମିଶି ଚିତ୍ରକୋଣ୍ଡା ଅଂଚଳରୁ ଗଂଜେଇ ଚୋରା ଚାଲାଣ କରୁଥିଲେ । ଗତ ନଭେମ୍ବର ୧୭ ତାରିଖ ଦିନ କଣ୍ଡଳଗୁଡା ଗାଁର ଲୋକନାଥ ଓ ଖଗେଶ୍ୱରଙ୍କ ସହ ଟଙ୍କା ପଇସାକୁ ନେଇ ବଚସା ହବାରୁ ରାମଚନ୍ଦ୍ରକୁ ଅତି ନିର୍ମମ ଭାବେ ହତ୍ୟା କରି ଜଂଗଲ ଭିତରେ ଫୋପାଡି ଦେଇଥିଲେ । ମାଲକାନଗିରି ପୁଲିସ ଜଣେ ପରେ ଜଣେ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।