କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ନଭେମ୍ବର ୧୫ ତାରିଖରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଏହାପୂର୍ବରୁ ରାଜ୍ୟରେ କେବଳ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଯାଇପାରୁଥିଲେ । ହେଲେ ଏବେ ଷଷ୍ଠରୁ ଦଶମ ଶ୍ରେଣୀ ପିଲା ସ୍କୁଲ ଯିବେ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ
ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା#School#Odisha#KanakNewspic.twitter.com/52k8mYnhuv— Kanak News (@kanak_news) November 10, 2021
ସ୍କୁଲ ଖୋଲିବା ନେଇ ପୂର୍ବରୁ ମନ୍ତ୍ରୀ ସୂଚନା ଦେଇଥିଲେ । ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ । ହେଲେ ପ୍ରାଥମିକ ଶ୍ରେଣୀ ଖୋଲିବା ନେଇ ଏବେ ବିଚାରବିମର୍ଶ ଚାଲିଥିବା ମନ୍ତ୍ରୀ କହିଥିଲେ । ତେବେ ପୂର୍ବଭଳି ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲା କୋଭିଡ୍ ଗାଇଡଲାଇନ୍ ପାଳନ କରି ସ୍କୁଲକୁ ଯିବେ । ସ୍କୁଲରେ ସମସ୍ତ ପ୍ରକାର କୋଭିଡ୍ ନିୟମ ପାଳନ କରାଯିବ । ଏହାସହିତ ପିଲାମାନେ ମାସ୍କ ମଧ୍ୟ ପିନ୍ଧିବା ବାଧ୍ୟତାମୂଳକ । କରୋନା ପାଇଁ ଦୀର୍ଘ ଦିନ ସ୍କୁଲ ବନ୍ଦ ରହିଥିଲା । ହେଲେ ସଂକ୍ରମଣ ତଳମୁହାଁ ହେବା ପରେ ଏବେ ଖୋଲୁଛି ସ୍କୁଲ । ପ୍ରଥମେ ଦଶମ ଓ ଏହାପରେ ଅଷ୍ଟମ, ନବମ ଶ୍ରେଣୀ ପିଲା ସ୍କୁଲ ଯାଉଛନ୍ତି । ଏବେ ଏହାସହ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ମଧ୍ୟ ସ୍କୁଲ ଯିବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/16-17.jpg)