ଆମେରିକାରେ ଅସମ୍ଭାଳ କରୋନା ସ୍ଥିତି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୨ ଲକ୍ଷ ୧୦ ହଜାର ପଜିଟିଭ୍ ଚିହ୍ନଟ, ପାଖା ପାଖି ୩ ହଜାର ଲୋକଙ୍କ ମୃତ୍ୟୁ ।

859

କନକ ବ୍ୟୁରୋ : ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାର ନାଁ ନେଉନି । କରୋନା ଆରମ୍ଭରୁ ଗୋଟିଏ ଦିନରେ ପଜିଟିଭଙ୍କ ସଂଖ୍ୟା ଗୁରୁବାର ରେକର୍ଡ ଭାଙ୍ଗିଛି । ଗତ ୨୪ ଘଂଟା ମଧ୍ୟରେ ଆମେରିକାରେ ୨ ଲକ୍ଷ ୧୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକି ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ପଜିଟିଭ୍ ସଂଖ୍ୟାର ସର୍ବାଧିକ ।
ଜେମ୍ସ ହାପାକିମ୍ସ ୟୁନିଭସିଟି କହିବା ମୁତାବକ ଗୋଟିଏ ଦିନରେ ୨ ଲକ୍ଷ ୧୦ ହଜାର ସଂକ୍ରମିତ ଚିହ୍ନଟ ସହ ୨,୯୦୭ ଜଣଙ୍କ ମୃତୁ ମହାମାରୀ ଆରମ୍ଭରୁ କେବେ ବି ଦେଖା ଦେଇନଥିଲା । ଏହା କରୋନା ମହାମାରୀର ପ୍ରଥମ ଲହର ଠାରୁ ଦ୍ୱିତୀୟ ଲହରର ଭୟାବହତାକୁ ପ୍ରମାଣ କରୁଛି ।
ଆମେରିକା, ଭାରତ ଓ ବ୍ରାଜିଲ କରୋନା ମାହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ । ଆମେରିକାରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ କୋଟି ୪୦ ଲକ୍ଷ ପାର ହୋଇଛି । ଏହା ସହ ଏହି ଭୁତାଣୁ କବଳରେ ପଡି ଦେଶରେ ପ୍ରାୟ ୨.୭୩ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଏବେ ବି ଆମେରିକାରେ ୮୩ ଲକ୍ଷ ଲୋକ ଚିକିତ୍ସିତ ହେଉଛନ୍ତି । ଏହି କ୍ରମରେ ଭାରତ ବି ପଛରେ ପଡି ନାହିଁ । ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ପାର ହୋଇଛି । ଏହା ସହ ଭାରତରେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ୧.୩୮ ଲକ୍ଷ ଲୋକଙ୍କର ଜୀବନ ଗଲାଣି । ଅନ୍ୟପଟେ ୮୯ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଥିବା ବେଳେ ଏବେ ବି ଭାରତରେ ୪.୨୨ ଲକ୍ଷ ଲୋକ ଚିକିତ୍ସିତ ହେଉଛନ୍ତି ।