ଆମେରିକାରେ ଦିନକୁ ଦିନ ସଙ୍ଗୀନ ହେଉଛି କରୋନା ସ୍ଥିତି : ଗୋଟିଏ ଦିନରେ ଚିହ୍ନଟ ହେଲେ ୨ ଲକ୍ଷ ନୂଆ ଆକ୍ରାନ୍ତ

ଆମେରିକାରେ କରୋନା ଏଯାଏଁ ନେଲାଣି ୨ ଲକ୍ଷ ୩୮ ହଜାରରୁ ଅଧିକ ଜୀବନ

93

କନକ ବ୍ୟୁରୋ : ଆମେରିକାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି । ସ୍ଥିତି ଏମିତି ହୋଇଛି ଯେ, ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୨ ଲକ୍ଷ ନୂଆ ଆକ୍ରାନ୍ତ । ଜନ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଆମେରିକାରେ ଗୋଟିଏ ଦିନରେ ୨ ଲକ୍ଷ ୧ ହଜାର ୯୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବିଶ୍ୱରେ ଆମେରିକା ହିଁ କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଟ୍ରମ୍ପ ପ୍ରଶାସନର କୋଭିଡ୍ ପରିଚାଳନାରେ ବିଫଳତା ଏହାର କାରଣ ବୋଲି ଅନେକ ଅଭିଯୋଗ କରିଆସୁଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ଟପିସାରିଛି । ଜନ୍ ହପକିନସ୍ ୟୁନିଭର୍ସିଟିର ତଥ୍ୟ ଅନୁସାରେ ଆମେରିକାରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧କୋଟି ୨ ଲକ୍ଷ ୩୮ ହଜାର ୨୪୩ରେ ପହଂଚିଛି । କରୋନା ଜନିତ ମୃତ୍ୟ ସଂଖ୍ୟା ମଧ୍ୟ ଆମେରିକାରେ ସବୁଠୁ ଅଧିକ । ଏଠାରେ କରୋନା ଏଯାଏଁ ୨ ଲକ୍ଷ ୩୯ ହଜାରରୁ ଅଧିକ ଜୀବନ ନେଇସାରିଲାଣି ।