କରୋନା ମହାମାରୀ ଭିତରେ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍ଗୀନ । ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ନା ମିଳୁଛି ଆଡମିସନ, ନା ମିଳୁଛି ଅକ୍ସିଜେନ ।

190

କନକ ବ୍ୟୁରୋ: ୩ଦିନ ଧରି ହସ୍ପିଟାଲରେ ଭର୍ତି ହୋଇଛନ୍ତି କୋଭିଡ ଆକ୍ରାନ୍ତ ମା । ଆଉ ହସ୍ପିଟାଲ ବାହାରେ ଜଗିରହିଛି ପୁଅ । କିନ୍ତୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ବି ସେଠାରେ ତାଙ୍କର ଯତ୍ନ ନିଆଯାଉନଥିବା ଅଭିଯୋଗ ବାଢିଛନ୍ତି ଅସହାୟ ପୁଅ ।

ଦିଲ୍ଲୀର ଦୁଇ ପ୍ରମୁଖ କୋଭିଡ ହସ୍ପିଟାଲ ଏଲଏନଜେପି ଓ ଜିଟିବି ହସ୍ିପଟାଲର । କେଉଁଠି ବେଡ ମିଳୁନି ତ ପୁଣି କେଉଁଠି ଅକ୍ସିଜେନ ନଥିବା ଦର୍ଶାଇ ଆକ୍ରାନ୍ତଙ୍କୁ ଫେରାଇ ଦିଆଯାଉଛି । କୋଭିଡ ଆକ୍ରାନ୍ତ ସ୍ୱାମୀଙ୍କୁ ତିନି ତଳେ ଏଠାରେ ଭର୍ତି କରିଥିଲେ ପତ୍ନୀ । ଏବେ ହଠାତ ହସ୍ପିଟାଲରୁ ଫୋନ୍ କରି ପତ୍ନୀଙ୍କୁ ତାଙ୍କର ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇଛି ।

ଆଉ ଗୋଟିଏ ପଟେ ରାସ୍ତା କଡ ଆମ୍ବଲାନ୍ସରେ କରୋନା ଆକ୍ରାନ୍ତ । ଆକ୍ରାନ୍ତ ସ୍ୱାମୀଙ୍କୁ ଧରି ଗୋଟିଏ ପରେ ଗୋଟିଏ ହସ୍ପିଟାଲ ବୁଲୁଛନ୍ତି ପତ୍ନୀ । କିନ୍ତୁ କେଉଁଠି ବେଡ ନାହିଁ ତ ପୁଣି କେଉଁଠି ଅମ୍ଲଜାନର ଅଭାବ । ରାଜଧାନୀ ଦିଲ୍ଲୀର ଏହି ଚିତ୍ର ସାରା ଦେଶକୁ ବିବ୍ରତ କରିପକାଉଛି ।
ରାଜଧାନୀ ଦିଲ୍ଲୀରେ ଗତ ୨୪ଘଂଟାରେ ୨୨ହଜାର ୯୩୩ନୁଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୩୫୦ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ଭିତରେ ହସ୍ପିଟାଲରେ ବେଡ ଓ ଅକ୍ସିଜେନ ଅଭାବରେ ଅନେକ ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି ।