କନକ ବ୍ୟୁରୋ : ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟା ଆସି ଯାଜପୁର ଜିଲ୍ଲାରେ ଅନେକ ଅଂଚଳ ଜଳମଗ୍ନ ହୋଇଯାଇଛି । ପାଖପାଖି ୫୦ରୁ ଅଧିକ ପଂଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ବରୀ ଭଅଁରା ପଂଚାୟତ ଖରସ୍ରୋତା ନଦୀରେ ରାଇପୁରଠାରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ଭଅଁରା , ପାଳସାହି ଅଂଚଳରେ ୨ ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ରସଲପୁର ବ୍ଲକ ବନ୍ଧତିହଠାରେ ୫୦ ଫୁଟର ଘାଇ ଓ ବରୀ ବ୍ଲକ କାଇପଡା-ବଣବାବାଜୀ ରୋଡର ଅରୁଆଳ ପାଖରେ ମଧ୍ୟ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି ।
ସେହିପରି ମାଟିଆପଡା, କଳାଛନ୍ଦଓ ମଦନଛନ୍ଦା ପାଖରେ ୩ଟି ଘାଇ ଓ ବିଂଝାରପୁର ବ୍ଲକ ଜରି ପଂଚାୟତ ନାଉବାଙ୍କ ଠାରେ ୩୦ ଫୁଟର ଘାଇ ହୋଇଛି । ବରୀ-ବରୁହଁ ରାସ୍ତାର ଚୁଡାକଲ ଛକରେ ରାସ୍ତା ଉପରେ ୪ ଫୁଟର ପାଣି ଚାଲିଛି । ଫଳରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/6-31.jpg)