କନକ ବ୍ୟୁରୋ: ଚୀନରେ ପରିସ୍ଥିତି ପୁଣି ଜଟିଳ ହେବାରେ ଲାଗିଛି । ସାଙ୍ଘାଇରେ ପରିସ୍ଥିତି ଯେପରି ଅଣାୟତ୍ତ ହୋଇପଡିଛି । ଏଠାରେ ପ୍ରତିଦିନ କରୋନାର ୨୦ ହଜାର ପଜିଟିଭ ମାମଲା ସାମ୍ନାକୁ ଆସୁଛି ।

Advertisment

ଚୀନରେ ପ୍ରତିଦିନ କରୋନାର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । କିଛି ବଡ ସହରରେ ଲକଡାଉନ୍ ଜାରି କରିବା ସତ୍ତେ୍ୱ କରୋନାର ପୁଣିଥରେ ରେକର୍ଡ ସ୍ତର ଛୁଇଁଛି । ଚୀନର ସର୍ବାଧିକ ଲୋକସଂଖ୍ୟା ବିଶିଷ୍ଟ ତଥା ମୁଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳୀ ଭାବେ ଜଣାଯାଉଥିବା ସାଙ୍ଘାଇ ସହରରେ ପରିସ୍ଥିତି ଚିନ୍ତାଜନକ ହୋଇପଡିଛି । ଭ୍ୟାକ୍ସିନେସନ୍ ଓ ଟେର୍ଷ୍ଟିଙ୍ଗ ସତ୍ତେ୍ୱ ଏଠାରୁ ଦିନ ପ୍ରତିଦିନ ୨୦ ହଜାର ପଜିଟିଭ୍ ମାମଲା ସାମନା ଆସୁଛି ।

ବୁଧବାର ଜାରି ହୋଇଥିବା ରିପୋର୍ଟ ମୁତାବକ, ଏହିଦିନ କେବଳ ସାଙ୍ଘାଇରୁ ୧୯,୬୬୦ ପଜିଟିଭ ମାମଲା ଆସିଛି । ଏହା ବ୍ୟତୀତ ୨୧, ୭୮୪ ଜଣଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥାଇ ମଧ୍ୟ ଏମାନଙ୍କର ପଜିଟିଭ୍ କେସ୍ ଥିବା ଜଣାପଡିଛି । ଯେଉଁ ଗତିରେ ସାଙ୍ଘାଇରେ କରୋନା ବଢୁଛି ଏହାକୁ କରୋନାର ଏପିସେଣ୍ଟର ବୋଲି କୁହାଯାଉଛି । କଡା କଟକଣା ଲଗାଯିବା ପରେ ବି ଓମିକ୍ରନ୍ ଭ୍ୟାରିଆଣ୍ଟ ଯୋଗୁଁ କରୋନାର ଗତି ଦ୍ରୁତଗତିରେ ମାଡିଚାଲିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।