ଠକେଇର ଚେର ଖୋଜିବ କ୍ରାଇମବ୍ରାଞ୍ଚ : ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେଲା ଏସଆଇଟି

Advertisment
ଠକେଇର ଚେର ଖୋଜିବ କ୍ରାଇମବ୍ରାଞ୍ଚ : ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେଲା ଏସଆଇଟି

କନକ ବ୍ୟୁରୋ : ରିମାଣ୍ଡରେ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୨ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ଏସଆଇଟି । ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡ ନେବାକୁ ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟ ଅନୁମତି ଦେଇଥିଲେ । ରିମାଣ୍ଡ ବେଳେ ଠକେଇ ନେଇ ଅଧିକ ପଚରାଉଚରା କରିବ ଏସଆଇଟି ।

ଟାଟା ମୋଟର୍ସରେ ଚାକିରୀ କରାଇ ଦେବା ନାଁରେ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଆଶାୟୀ ଯୁବକ ଯୁବତୀଙ୍କୁ ଠକିଥିଲେ । ଏପରିକି ଟଙ୍କା ନେଇ ଆଶାୟୀଙ୍କୁ ଜାଲ କାଗଜ ପତ୍ର ଦେଉଥିଲେ । ଏନେଇ ପ୍ରଦୀପଙ୍କ ବିରୋଧରେ ଗଂଜାମରେ ଅନେକ ଅଭିଯୋଗ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe