ଠକେଇର ଚେର ଖୋଜିବ କ୍ରାଇମବ୍ରାଞ୍ଚ : ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେଲା ଏସଆଇଟି

ପାଠକ ବାପା-ପୁଅଙ୍କ ସହ ଲିଙ୍କ୍ ଓ ନିଯୁକ୍ତି ନାଁରେ ଠକେଇ ମାମଲାର ହେବ ଖୋଳତାଡ

54

କନକ ବ୍ୟୁରୋ : ରିମାଣ୍ଡରେ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୨ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ଏସଆଇଟି । ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡ ନେବାକୁ ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟ ଅନୁମତି ଦେଇଥିଲେ । ରିମାଣ୍ଡ ବେଳେ ଠକେଇ ନେଇ ଅଧିକ ପଚରାଉଚରା କରିବ ଏସଆଇଟି ।

ଟାଟା ମୋଟର୍ସରେ ଚାକିରୀ କରାଇ ଦେବା ନାଁରେ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଆଶାୟୀ ଯୁବକ ଯୁବତୀଙ୍କୁ ଠକିଥିଲେ । ଏପରିକି ଟଙ୍କା ନେଇ ଆଶାୟୀଙ୍କୁ ଜାଲ କାଗଜ ପତ୍ର ଦେଉଥିଲେ । ଏନେଇ ପ୍ରଦୀପଙ୍କ ବିରୋଧରେ ଗଂଜାମରେ ଅନେକ ଅଭିଯୋଗ ଆସିଛି ।

Comments are closed.