ୟୁପି ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ : ୩ ଜଣିଆ ଏସଆଇଟି ଟିମ୍ ଗଠନ କଲେ ୟୁପି ମୁଖ୍ୟମନ୍ତ୍ରୀ; ୭ଦିନ ଭିତରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

1,642
କନକ ବ୍ୟୁରୋ : ଉତ୍ତରପ୍ରଦେଶ ହାଥରସରେ ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲା । ଘଟଣାର ପୁଙ୍ଖାନୁପୁଙ୍ଖଖ ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ଟିମରେ ୩ ଜଣ ସଦସ୍ୟ ରହିଥିବା ବେଳେ ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅନ୍ୟପଟେ ଏସଆଇଟିରେ ଅଧ୍ୟକ୍ଷତା କରିବେ ୟୁପିର ଗୃହମନ୍ତ୍ରୀ ଭଗବାନ ସ୍ୱରୂପ । ଏହି ୩ ଜଣିଆ ଟିମ୍ ରେ ଡିଆଇଜି ଚନ୍ଦ୍ର ପ୍ରକାଶ ଓ ଆଇପିଏସ୍ ପୁନମ ବି ସାମିଲ ଅଛନ୍ତି । କହିରଖୁ କି ଏହି ମାମଲାରେ ଜଡିତ ୪ ଜଣ ଯାକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ୍ କରି ଜେଲରେ ରଖିଛି ।
ସେପଟେ ଏହି ମାମଲା ସାମ୍ନାକୁ ଆସିବା ପରେ ଯୋଗୀ ସରକାରଙ୍କୁ ଚାରିପଟୁ ସମାଲୋଚନାର ଶିକାର ହେବାକୁ ପଡିଛି । ସମସ୍ତ ବିରୋଧୀ ଦଳ ସରକାରଙ୍କ ଉପରେ ହାମଲା ବୋଲ ଡାକରା ଦେଇ ସାରିଛନ୍ତି । କଂଗ୍ରେସ ମହିଳା ମୋର୍ଚ୍ଚା ଦୁଷ୍କର୍ମ ପୀଡିତା ଚିକିତ୍ସା ହେଉଥିବା ମେଡିକାଲ ଆଗରେ ଏକ ବଡ ଧରଣର ଆନ୍ଦୋଳନ କରିଛି । ଏସବୁକୁ ଦୃଷ୍ଟିରେ ରଖି ଦୁଷ୍କର୍ମରେ ଶିକାର ହୋଇ ମୃତ୍ୟୁବରଣ କରିଥିବା ଝିଅର ପରିବାରକୁ ନ୍ୟାୟ ଦେବାକୁ ତୁରନ୍ତ ଏସଆଇଟି ଗଠନ କରିଛନ୍ତି ସରକାର । ଏହା ସହ ଏହି ତଦନ୍ତକାରୀ ଦଳ ୭ ଦିନ ମଧ୍ୟରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ପିଡୀତାଙ୍କ ଅନ୍ତିମ ସଂସ୍କାରକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ଉପରେ ବି ଆଙ୍ଗୁଳି ଉଠିଛି । ପ୍ରଶ୍ନ ଉଠୁଛି ଯେ ପୋଲିସ କିଭଳି ଭାବେ ମୃତ ଶରୀରକୁ ପରିବାର ଲୋକଙ୍କୁ ନଦେଇ ରାତି ଅଧରେ ଶବ ସଂସ୍କାର କରିଦେଲା । ସେପଟେ ପୀଡିତାଙ୍କ ପରିବାର କିଛି ସମୟ ଧରି ଶବକୁ ଘେରି ରହିଥିଲେ ଓ ପୋଲିସ ଆଗରେ କାକୁତି ମିନତି ହୋଇଥିଲେ କି ଶେଷଥର ପାଇଁ ସେମାନେ ତାଙ୍କ ଝିଅର ମର ଶରୀରକୁ ଦେଖିବାକୁ ଚାହୁଁଛନ୍ତି । ଏହାକୁ ପୋଲିସ ଖାତିର କରିନଥିଲା ଓ ପରିବାର ଲୋକଙ୍କ ଯେଉଁ ଅନୁରୋଧ ଥିଲା କି ସେମାନଙ୍କର ପରମ୍ପରା ମୁତାବକ ରାତିରେ ଶବ ସଂସ୍କାର କରାନଯାଉ । ହେଲେ ପୋଲିସ ତରବରିଆ ଭାବେ ରାତି ୨.୩୦ ମିନଟରେ ଏକ ନିର୍ଜନ ସ୍ଥାନରେ ପରିବାର ଲୋକଙ୍କକ ବିନା ଉପସ୍ଥିତିରେ ଶବ ସଂସ୍କାର କଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।