କନକ ବ୍ୟୁରୋ : ପାଠକ ଲିଙ୍କରେ ବ୍ରହ୍ମପୁରରେ ଏସଆଇଟି ଟିମର ଖୋଳତାଡ । ୪ଟି ବ୍ୟାଙ୍କରେ ଯାଚଂ କରାଯାଉଛି । ଆଇସିଆଇସିଆଇ ପ୍ରୁଡେନସିଆଲ ଇନସୁରାନ୍ସ ସଂସ୍ଥା, ଦେନା ବ୍ୟାଙ୍କ, ଏସବିଆଇ ମେଡିକାଲ ବ୍ରାଂଚ ଓ ଆକ୍ସିସ ବ୍ୟାଙ୍କର ଆର୍ଥିକ କାରବାର ନେଇ ଖୋଳତାଡ଼ ଚାଲିଛି । ଗଂଜାମରେ ପ୍ରାୟ ୮ ବର୍ଷ କାଳ ବନ ବିଭାଗର ବିଭିନ୍ନ ବିଭାଗର ଉଚ୍ଚ ପଦପଦବୀରେ ଥିବା ଆଇଏଫଏସ ଅଭୟଙ୍କ ଦୁର୍ନୀତି ଓ କେଳେଙ୍କାରୀର ମୂଳଦୁଆ ପଡିଥିଲା ବୋଲି କୁହାଯାଉଛି । ଅଭୟ ପାଠକ ୨୦୦୪ ଜୁନ ୨୮ରୁ ୨୦୦୬ ଜୁନ ୨୧ ପର୍ଯ୍ୟନ୍ତ ବ୍ରହ୍ମପୁର ଡିଏଫଓ ଭାବେ କାର୍ଯ୍ୟ କରୁଥିଲେ ।

Advertisment

ଗଞ୍ଜାମରେ ପ୍ରାୟ ୮ ବର୍ଷ କାଳ ବନ ବିଭାଗର ବିଭିନ୍ନ ଉଚ୍ଚ ପଦପଦବିରେ ଥିବା ଅଭୟଙ୍କ ଦୁର୍ନୀତି ଓ କେଳେଙ୍କାରୀର ମୂଳଦୁଆ ପଡ଼ିଥିଲା ବୋଲି କୁହାଯାଉଛି। ତେଣୁ ଏହାର ଖୋଳତାଡ଼ ପାଇଁ ମଙ୍ଗଳବାର ବ୍ରହ୍ମପୁର ଡିଏଫ୍‌ଓ ଏବଂ ଓଏଫ୍‌ଡିସି ବ୍ରହ୍ମପୁର ଡିଭିଜନ୍‌ କାର୍ଯ୍ୟାଳୟ, ମେଡିକାଲ କ୍ୟାମ୍ପସ୍‌ ଏସ୍‌ବିଆଇ ଶାଖା, ବ୍ରହ୍ମପୁର ମୁଖ୍ୟ ଡାକଘରକୁ ଯାଇ ପାଠକଙ୍କ ଚାକିରି କାଳ ମଧ୍ୟରେ ହିସାବ କିତାବ ଓ ଆକାଉଣ୍ଟ ସମ୍ପର୍କରେ ତଥ୍ୟ ହାସଲ କରିଥିଲା । ଡିଏଫ୍‌ଓ ଏବଂ ଓଏଫ୍‌ଡିସି କାର୍ଯ୍ୟାଳୟରୁ ପାଠକଙ୍କ ସମ୍ପର୍କିତ ପ୍ରାୟ ୨ହଜାର ପୃଷ୍ଠାର ଦସ୍ତାବିଜ ଜେରକ୍ସ କରି ନେଇଛି ଏସଆଇଟି। ଏଥିରେ ବେଶ୍ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବା ଜଣାପଡ଼ିଛି।